Odisha Link
Bridging the Missing Links in Odisha

ତାଲିବାନୀଙ୍କ ନିର୍ଦ୍ଦେଶ: ମହିଳାଙ୍କୁ ନେଲ୍ ପଲିସ୍, ହିଲ୍‌ ଓ ଜିନ୍ସ ପିନ୍ଧିବା ମନା

କାବୁଲ: ଆଫଗାନିସ୍ତାନରେ ମହିଳାଙ୍କୁ ତାଲିବାନୀଙ୍କ ଅକଥନୀୟ ଅତ୍ୟାଚାର। ତାଲିବାନୀମାନେ ମହିଳାଙ୍କୁ ଜିନ୍ସ ପିନ୍ଧିବାକୁ ବ୍ୟାନ୍ କରିବା ସହ ଯୁବତୀଙ୍କୁ ନେଲ୍ ପଲିସ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହାକୁ ନ ମାନିବେ, ସେମାନଙ୍କୁ କଡ଼ାଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି।

କନ୍ଦାହାରରେ ମହିଳା ଓ ଯୁବତୀଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି ତାଲିବାନ୍। ଏଥିରେ ନେଲ୍ ପଲିସ୍ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି ଏପରି କେହି କରନ୍ତି, ତେବେ ସେମାନଙ୍କ ଆଙ୍ଗୁଠି କାଟିଦିଆଯିବ। କେବଳ ଏତିକି ନୁହେଁ, ମହିଳାଙ୍କୁ ହିଲ୍ ଥିବା ଚପଲ ପିନ୍ଧିବା ମନା ହୋଇଛି, ଯାହାଫଳରେ ତାଙ୍କ ପାଦ ଶବ୍ଦ କୌଣସି ଅଜଣା ବ୍ୟକ୍ତି ଶୁଣିପାରିବେ ନାହିଁ।

ନିକଟରେ ଜିନ୍ସ ପିନ୍ଧିବା କାରଣରୁ କିଛି ଯୁବପିଢ଼ିଙ୍କୁ ଅତି ନିର୍ମମ ଭାବେ ମାଡ ମରାଯାଇଥିଲା। ଯୁବତୀ ଜଣଙ୍କ କହିଛନ୍ତି, ସେ କାବୁଲରେ ନିଜ ସାଙ୍ଗମାନଙ୍କ ସହ କୌଣସି ସ୍ଥାନକୁ ଯାଉଥିଲେ। ସେହି ସମୟରେ ତାଲିବାନୀ ଯୁବକ ସେମାନଙ୍କୁ ଅଟକାଇଥିଲେ। ଜିନ୍ସକୁ ଇସଲାମରେ ଅସମ୍ମାନ ବୋଲି କହି ସେମାନଙ୍କୁ ମାଡ ମାରିଥିଲେ ଓ ବନ୍ଧୁକ ଦେଖାଇ ସେମାନଙ୍କୁ ପୁନର୍ବାର ଏପରି ଭୁଲ ନକରିବାକୁ ଧମକ ଦେଇଥିଲେ। ଜଣେ ସାମ୍ବାଦିକ ପାରମ୍ପରିକ ଆଫଗାନି ପୋଷାକ ନପିନ୍ଧିଥିବାରୁ ତାଙ୍କୁ ମାଡ ମରାଯାଇଥିଲା।

Leave A Reply

Your email address will not be published.