Odisha Link
Bridging the Missing Links in Odisha

କାବୁଲରେ ୟୁକ୍ରେନ୍ ବିମାନ ହାଇଜାକ୍

କାବୁଲ: କାବୁଲରେ ୟୁକ୍ରେନ୍ ବିମାନ ହାଇଜାକ୍। ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ଅପହରଣ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଫଗାନିସ୍ତାନରେ ପହଞ୍ଚିଥିଲା। ଅପହରଣକାରୀ ବିମାନକୁ ଇରାନ ନେଇଥିବା କୁହାଯାଇଛି। ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେବଗେନି ୟେନିନ ଏସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ରବିବାର ଆମ ବିମାନକୁ କିଛି ଅଜଣା ଲୋକ ହାଇଜାକ୍ କରି ନେଇଥିଲେ। ମଙ୍ଗଳବାର ଦିନ ଏହି ବିମାନକୁ ଗାୟବ୍ କରିଦିଆଯାଇଥିଲା। ୟୁକ୍ରେନୀୟମାନଙ୍କୁ ଏୟାରଲିଫ୍ଟ କରିବା ପରିବର୍ତ୍ତେ ଏଥିରେ ଥିବା କିଛି ଲୋକ ଏହାକୁ ଇରାନକୁ ନେଇ ଯାଇଥିଲେ। ଆମର ଅନ୍ୟ ତିନୋଟି ଏୟାରଲିଫ୍ଟ ଉଦ୍ୟମ ସଫଳ ହୋଇପାରିଲା ନାହିଁ। କାରଣ ଦେଶର ଅନ୍ୟ କିଛି ନାଗରିକ ବିମାନବନ୍ଦରରେ ପହଞ୍ଚି ପାରିନଥିଲେ।

ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀଙ୍କ କହିବା ମୁତବକ, ହାଇଜ୍ୟାକ୍ କରିଥିବା ଲୋକମାନେ ନିଜ ସହିତ ଅନେକ ମାତ୍ରାରେ ହତିଆର ନେଇ ଆସିଥିଲେ। ହେଲେ ମନ୍ତ୍ରୀ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ ଯେ, ବିମାନ ଭିତରେ କଣ ହୋଇଛି? ବିମାନକୁ ଫେରାଇ ଆଣିବାକୁ କଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଛଡ଼ା ୟୁକ୍ରେନୀ ନାଗରିକ ମାନେ କିପରି ଆଫଗାନିସ୍ତାନରୁ ଆସିବେ ? ସେ ସମ୍ପର୍କରେ ବି କୌଣସି ସୁଚନା ମନ୍ତ୍ରୀଙ୍କ ପକ୍ଷରୁ ପ୍ରଦାନ କରାଯାଇନାହିଁ।

Leave A Reply

Your email address will not be published.