ପବିତ୍ର ରିସ୍ତା-୨: ଲୋକେ କହିଲେ, ସୁଶାନ୍ତଙ୍କ ବିନା ଏହି ଶୋ’ ଅଧୁରା

ମୁମ୍ବାଇ: ଛୋଟ ପରଦାକୁ ଫେରୁଛି ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା-୨’। ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ‘ପବିତ୍ର ରିସ୍ତା-୨’ର ଟ୍ରେଲର ସେୟାର କରିଛନ୍ତି। ଏହା ପବିତ୍ର ରିସ୍ତାର ଡିଜିଟାଲ ସ୍ପିନ୍ ଅଫ୍। ଟ୍ରେଲରରେ ଅଙ୍କିତା ନିଜ ପୁରୁଣା ଲୁକରେ ନଜର ଆସିଛନ୍ତି।
ଶାହୀର ଶେଖଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ଲୁକରେ ଦେଖିବାକୁ ମିଳିଛି। ଅଙ୍କିତା ଏଥିରେ ଅର୍ଚ୍ଚନାର ରିପ୍ରାଇଜ୍ଡ ଚରିତ୍ରରେ ନଜର ଆସିଛନ୍ତି ଓ ଶାହୀର ଶେଖ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ରିପ୍ଲେସ କରିଛନ୍ତି। ସେ ମାନବ ଚରିତ୍ରରେ ଅଭିନୟ କରିଛନ୍ତି। ଧାରାବାହିକର ଟ୍ରେଲର ବହୁତ ସୁନ୍ଦର ହୋଇଛି। ପ୍ରଶଂସକ ଟ୍ରେଲର ଦେଖି ନାନା ପ୍ରତିକ୍ରିୟା ରଖିଛନ୍ତି। ସେପ୍ଟେମ୍ବର ୧୫ ରେ ଏହାର ପ୍ରିମିୟର ଜି୫ରେ ରିଲିଜ ହେବ।
ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କୁ ଶାହୀର ଶେଖ ପସନ୍ଦ ଆସୁ ନାହାନ୍ତି। ପ୍ରଶଂସକ କହିଛନ୍ତି ସୁଶାନ୍ତଙ୍କ ଜାଗା ଆଉ କେହି ନେଇ ପାରିବେନି। କିଛି କହିଛନ୍ତି, ସେମାନେ ସୁଶାନ୍ତ ଓ ସୁଲୋଚନା ତାଇଙ୍କୁ ମିସ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଶୋ’ ରେ ସବୁ ଠିକ ଅଛି ହେଲେ ସୁଶାନ୍ତଙ୍କ ବିନା ଏହି ଶୋ’ ଅଧୁରା।