Odisha Link
Bridging the Missing Links in Odisha

ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

୧୨ଟି ଜିଲ୍ଲା ଯଥା- ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ନୟାଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନୁପର ଓ ବରଗଡ଼ ଜିଲ୍ଲାରେ ଛୁଟି ଘୋଷଣା ହୋଇଛି।

୨୪ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ସେପ୍ଟେମ୍ବରରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ୧୯୩୪ ସେପ୍ଟେମ୍ବର ୨୦ରେ ୨୧୦.୮ ମିମି ବର୍ଷା ହୋଇଥିଲା। ସେହିପରି ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ କରାଯାଇଛି।ଆଜି ମଧ୍ୟ ଲଗାଣ ବର୍ଷା ଲାଗି ରହିଛି। ସ୍କୁଲଗୁଡିକୁ ୨ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ସ୍କୁଲରେ ଉପସ୍ଥାନ କମ୍ ରହୁଥିଲେ ବି ନବମ ଓ ଦଶମ ପାଠପଢା ଚାଲିଛି।

Leave A Reply

Your email address will not be published.