Odisha Link
Bridging the Missing Links in Odisha

ବଢିଲା ଭାରତୀୟ ଘରୋଇ କ୍ରିକେଟରଙ୍କ ଦରମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ବଡ଼ ଘୋଷଣା। କରୋନା କାଳରେ ଭାରତୀୟ ଘରୋଇ କ୍ରିକେଟରଙ୍କ ପାରିଶ୍ରମିକ ବଢାଇଛି ବିସିସିଆଇ। ଏଣିକି ବରିଷ୍ଠ ଘରୋଇ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍ ପିଛା ପାରିଶ୍ରମିକ ୬୦ ହଜାର ଟଙ୍କା ଘୋଷଣା କରିଛି ବୋର୍ଡ। କିନ୍ତୁ ଏହି ବରିଷ୍ଠ ଖେଳାଳି ସର୍ବନିମ୍ନ ୪୦ଟି ମ୍ୟାଚ୍ ଖେଳିଥିବା ଆବଶ୍ୟକ।

ସେହିଭଳି ୨୩ ବର୍ଷରୁ କମ ଘରୋଇ କ୍ରିକେଟର ଓ ୧୯ ବର୍ଷରୁ କମ ଘରୋଇ କ୍ରିକେଟରଙ୍କ ପାଇଁ ମ୍ୟାଚ୍ ପିଛା ପାରିଶ୍ରମିକ ଯଥାକ୍ରମେ ୨୫ ହଜାର ଓ ୨୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଛି ବୋର୍ଡ। ଦୁବାଇରେ ବସିଥିବା ବିସିସିଆଇର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

ବିସିସିଆଇ ସମ୍ପାଦକ ଜୟ ଶାହା ଟ୍ୱିଟ କରିଛନ୍ତି ଯେ, ଯେଉଁ ଖେଳାଳି ୨୦୧୯-୨୦ ସିଜିନରେ ଘରୋଇ କ୍ରିକେଟରେ ଭାଗ ନେଇଥିଲେ ସେମାନଙ୍କୁ ଅତିରିକ୍ତ ୫୦ ପ୍ରତିଶତ ମ୍ୟାଚ୍ ପାରିଶ୍ରମିକ ଦିଆଯିବ। କାରଣ କରୋନା ପାଇଁ ୨୦୨୦-୨୧ ଘରୋଇ କ୍ରିକେଟ ସିଜିନକୁ ପୂରା ରଦ୍ଦ କରିଥିଲା ବିସିସିଆଇ।

ତେବେ ଭାରତୀୟ ଘରୋଇ କ୍ରିକେଟରଙ୍କୁ ରଣଜୀ ଟ୍ରଫି ଭଳି ମ୍ୟାଚ୍ ପିଛା ୩୫ ହଜାର ଟଙ୍କା ମିଳୁଥିଲା। ସେହିଭଳି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମ୍ୟାଚ୍ ପାଇଁ ୧୭,୫୦୦ ଟଙ୍କା ମିଳୁଥିଲା କିନ୍ତୁ ଏବେ ମ୍ୟାଚ୍ ପିଛା ୨୫ ପ୍ରତିଶତ ପାରିଶ୍ରମିକ ବଢାଇ ଦେଇଛି ବିସିସିଆଇ।

Leave A Reply

Your email address will not be published.