୫ଦିନ ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ଫିକା ପଡ଼ିବ ଇଂରାଜୀ ନବବର୍ଷ। ଯେଉଁମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ନୂଆବର୍ଷରେ ପ୍ଲାନ୍ କରିଥିଲେ। ସେମାନଙ୍କ ପାଇଁ ଖରାପ ଖବର। କାରଣ କାଲିଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏନେଇ ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।
ରାଜ୍ୟରେ ଓମିକ୍ରନ୍ ମାମଲା ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନୂଆ ବର୍ଷ ଆସୁଥିବାରୁ ଜନ ଗହଳିକୁ ଦୃଷ୍ଟିରେ ରଖି ସରକାର ଜିରୋ ନାଇଟ ସେଲିବ୍ରେସନ ପୂର୍ବରୁ ବନ୍ଦ କରିଥିଲେ। ଏହା ସହ ବଣ ଭୋଜି ଏବଂ ସେଲିବ୍ରେସନ ପାର୍ଟି ଉପରେ କଟକଣା ଲଗାଇଥିଲେ। ଏବେ ପ୍ରାଣୀ ଉଦ୍ଦ୍ୟାନ ନନ୍ଦନକାନନଙ୍କୁ ଜାନୁଆରୀ ୩ ଯାଏ ବନ୍ଦ କରାଯାଇଛି।