Odisha Link
Bridging the Missing Links in Odisha

ଆଇଏଏସ୍‌ ସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ଭୁବନେଶ୍ବର: ଇଂରାଜୀ ନବବର୍ଷର ଦିନକ ପରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋାଇଛି ବିଜ୍ଞପ୍ତି। କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ସଚିବ ଭାବେ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା ତାଙ୍କୁ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ଗୃହ ବିଭାଗର ସଚିବ ଥିବା ସଞ୍ଜୀପ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ସଚିବ ଭାବେ ଅବସ୍ଥାପିତ କରିଥିବା ବେଳେ ମଧୁ ପାଢ଼ୀ ଭାଷା ସାହିତ୍ୟ ସଂସ୍କୃତି ସଚିବ ଭାବେ କାର୍ଯ୍ୟ ତୁଲାଇବେ। ସେହିପରି ସରକାର ବିଷ୍ଣୁପଦ‌ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଦାୟିତ୍ବ ଦେଇଥିବା ବେଳେ ରଂଜନା ଚୋପ୍ରା ଏମ୍‌ଏସ୍‌ଏମ୍‌ଇ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି।

Leave A Reply

Your email address will not be published.