Odisha Link
Bridging the Missing Links in Odisha

ସୁପର ମାର୍କେଟ ଖୋଲୁ ଖୋଲୁ ସିଲ୍‌ କଲା ବିଏମସି

ଭୁବନେଶ୍ବର: ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଜାନୁଆରୀ ଗାଇଡଲାଇନକୁ କଡା କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରକାର ଜାରି କରିଛନ୍ତି କୋଭିଡ ଗାଇଡଲାଇନ୍। ହେଲେ ଏସବୁ ମଧ୍ୟରେ ନିଳାଦ୍ରୀ ବିହାର ସ୍ଥିତ ମୋର୍‌ ସୁପର ମାର୍କେଟକୁ କରାଯାଇଛି ସିଲ୍। କୋଭିଡ ଗାଇଡଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କଲା ବିଏମସି।

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଏମସି ଏନଫୋର୍ସମେର୍ଟ ଟିମ୍‌ ସୁପର ମାର୍କେଟକୁ ସିଲ୍‌ କରିଛି। ସବୁଠୁ ବଡ଼ କଥା ହେଲା ଆଜି ସୁପର ମାର୍କେଟର ଉଦଘାଟନ ହୋଇଥିଲା। ତେବେ ଉଦଘାଟନ ପରେ ଗ୍ରାହକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଲୋକେ କୋଭିଡ ପ୍ରୋଟୋକଲ ମାନିନଥିବା ଦେଖିବାକୁ ମିଳିଥିଲା। ବିନା ମାସ୍କ, ସାମାଜିକ କଟକଣାକୁ ଅଣଦେଖା କରି କିଣାକିଣି କରୁଥିଲେ ଲୋକ । ଏନେଇ ଖବର ଜଣାପଡିବା ପରେ ବିଏମସି ପକ୍ଷରୁ ଆକ୍ସନ ନିଆଯାଇଛି।

Leave A Reply

Your email address will not be published.