Odisha Link
Bridging the Missing Links in Odisha

ପରବର୍ତ୍ତୀ ସ୍ଥଳ ସେନା ଉପମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

ଓଏଲ୍‌ ବ୍ୟୁରୋ: ଲେଫ୍ଟନାଣ୍ଟ ମନୋଜ ପାଣ୍ଡେ ହେବେ ଦେଶର ସ୍ଥଳସେନା ଉପମୁଖ୍ୟ। ସେ ଓଡ଼ିଆ ପୁଅ ତଥା ବର୍ତ୍ତମାନ ସ୍ଥଳସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କ ସ୍ଥାନ ନେବେ। ଜେନେରାଲ ଚଣ୍ଡିପ୍ରସାଦଙ୍କ କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହେବ। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ ଏହି ପଦର ଦାୟିତ୍ୱ ଗ୍ରହଣ କରିବେ।

ଜେନେରାଲ ମୋନଜ ପାଣ୍ଡେ ୧୯୮୨ ଡିସେମ୍ବରରେ କ୍ରପ୍ସ ଅଫ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ। ଏହାପରେ ଦୀର୍ଘ ୩୭ ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜେନେରାଲ ପାଣ୍ଡେ ଅପରେସନ ପରାକ୍ରମ ଓ ଅପରେସନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଗୋଟିଏ ପଟେ ଦେଶର ସିଡିଏସ୍‌ ପଦ ଖାଲି ପଡ଼ିଥିବା ବେଳେ ଅନ୍ୟପଟେ ଆଜି ଭାରତ ସରକାର ସ୍ଥଳ ସେନା ଉପମୁଖ୍ୟ ପଦରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କୁ ନିଯୁକ୍ତି ଦେଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କୁ ପରବର୍ତ୍ତୀ ସ୍ଥଳ ସେନା ଉପ ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ଭାରତ ସରକାରଙ୍କୁ ଗୋଟିଏ ପ୍ରସ୍ତାବ ପଠା ଯାଇଥିଲା। ଆଜି ସରକାର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ବର୍ତ୍ତମାନ ଜେନେରାଲ ପାଣ୍ତେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.