Odisha Link
Bridging the Missing Links in Odisha

ଗଣତନ୍ତ୍ର ଦିବସ ପାଇଁ ମାର୍ଗଦର୍ଶିକା: ନିଜ ଜିଲ୍ଲାରେ ସାମିଲ ହେବେନି ନେତା ଓ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତବର୍ଷ ପରି ଚଳିତଥର ମଧ୍ୟ କୋଭିଡ କଟକଣା ମଧ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ। ଆଉ ଏଥର ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ଗଣତନ୍ତ୍ର ଦିବସ ମଧ୍ୟ ଆଚରଣ ବିଧି ମଧ୍ୟରେ ପାଳନ ହେବ। ଏନେଇ ମଙ୍ଗଳବାର ଗାଇଡଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନର।

ଜାରି ହୋଇଥିବା ଗାଇଡଲାଇନ୍‌ ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥର ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କେହି ବି ସରକାରୀ ସଫଳତାର କଥା କହିବେ ନାହିଁ। କେବଳ ରାଷ୍ଟ୍ର, ସ୍ଵାଧୀନତା ସଂଗ୍ରାମୀ ଏବଂ ସହିଦଙ୍କ ସଂପର୍କରେ ନେତା, ମନ୍ତ୍ରୀ ଭାଷଣ ଦେବେ।

ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଏଥର ଗଣତନ୍ତ୍ର ଦିବସ ସମାରୋହରରେ କୌଣସି ମନ୍ତ୍ରୀ ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ହୋଇ ପାରିବେ ନାହିଁ। ପରେଡ୍‌ରେ ସାମିଲ୍ ହୋଇ ପାରିବ ନାହିଁ ସରକାରୀ ଯୋଜନା ଏବଂ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ। କିନ୍ତୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ହୋଇ ପାରିବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଉଲ୍ଲେଖନୀୟ ଗତ ବର୍ଷ ମଧ୍ୟ କରୋନାର ଦ୍ଵିତୀୟ ଲହରରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା।

ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପାଳନ ଯଥାରୀତି ଅନୁଷ୍ଠିତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.