Odisha Link
Bridging the Missing Links in Odisha

ମା’ ହେଲେ ପ୍ରିୟଙ୍କା ଚୋପ୍ରା

ଓଏଲ୍‌ ବ୍ୟୁରୋ: ମା’ ହେଲେ ଦେଶୀ ଗାର୍ଲ ତଥା ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏନେଇ ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ପ୍ରିୟଙ୍କା। ସରୋଗେସି ଜରିଆରେ ପ୍ରିୟଙ୍କା ଓ ନିକଙ୍କୁ ଘରକୁ ଆସିଛି ନୂଆ ସଦସ୍ୟ।

ପ୍ରିୟଙ୍କା ଚୋପ୍ରା ମା’ ହେବା ଖୁସି ସମ୍ପର୍କରେ ସୋଶିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି, ଆମେ ବହୁତ ଖୁସି ଯେ, ସରୋଗେସି ଜରିଆରେ ଆମେ ଏକ ଶିଶୁକୁ ସ୍ୱାଗତ କରୁଛୁ। ତେଣୁ ଏପରି ବିଶେଷ ସମୟରେ ଆମ ପ୍ରାଇଭେସିକୁ ସମ୍ମାନ ଦେବା ପାଇଁ ନିବେଦନ କରୁଛୁ। ଆମେ ନିଜ ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ।

ସୂଚନାଯୋଗ୍ୟ, ୨୦୦୦ ମସିହାରେ ମିସ୍‌ ୱାର୍ଲ୍ଡ ମୁକୁଟ ପିନ୍ଧିଥିବା ପ୍ରିୟଙ୍କା ୨୦୧୮ ମସିହାରେ ରାଜସ୍ଥାନରେ ଏକ ରୟାଲ ମ୍ୟାରେଜ ସେରିମନିରେ ଆମେରିକା ଗାୟକ ନିକ ଜୋନ୍ସଙ୍କୁ ବିବାହ କରିଥିଲେ।