Odisha Link
Bridging the Missing Links in Odisha

କାଲିଠୁ ରାଜଧାନୀରେ ସ୍କୁଲ ବନ୍ଦ

ଓଏଲ୍‌ ବ୍ୟୁରୋ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିୟନ୍ତ୍ରଣ ବାହାରେ ପ୍ରଦୂଷଣ। ଏପରିକି ଗ୍ୟାସ୍‌ ଚାମ୍ବର ପାଲଟିଛି ରାଜଧାନୀ। ବଢ଼ୁଥିବା ପ୍ରଦୂଷଣର ମାତ୍ରାକୁ ଦେଖି ଦିଲ୍ଲୀ ସରକାର ନେଲେ ବଡ଼ ପଦକ୍ଷେପ। ଆସନ୍ତାକାଲିଠୁ ଅର୍ଥାତ୍‌ ନଭେମ୍ବର ୫ ତାରିଖରୁ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି କେଜ୍ରିଓ୍ବାଲ ସରକାର। ଜି କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଏଥିସହ ଦିଲ୍ଲୀରେ ଅଡ୍‌-ଇଭେନ୍ ଲାଗୁ କରିବା ପାଇଁ ଚିନ୍ତା କରାଯାଉଥିବା ନେଇ ମଧ୍ୟ କେଜ୍ରିୱାଲ କହିଛନ୍ତି।

ଦିନକୁ ଦିନ ରାଜଧାନୀ ଦିଲ୍ଲରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ପହଁଞ୍ଚିସାରିଲାଣି। ଯାହାଫଳରେ ନିଶ୍ବାସ ନେବା କଷ୍ଟକର ହୋଇ ପଡ଼ଇଛି। ଏହା ପୂରା ଉତ୍ତର ଭାରତର ସମସ୍ୟା। ଦିଲ୍ଲୀ, ଚରଖି, ଦାଦରୀ, ଜିନ୍ଦ, ମାନେସର, ଫରିଦାବାଦ ସବୁଠି ସ୍ଥିତି ଗମ୍ଭୀର ରହିଛି। ଏଥିପାଇଁ ଆମ ଆଦମୀ ପାର୍ଟି ଦାୟୀ ନୁହେଁ। ଏଥିପାଇଁ କେନ୍ଦ୍ର ସରକାର କିଛି ଉଚିତ ପଦକ୍ଷେପ ନେବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି।

ପଞ୍ଚାବରେ ଆମ୍ ଆଦମୀ ପାର୍ଟି ସରକାର ଅଛି। ଏଠାରେ ଜଳୁଥିବା ନଡା ପାଇଁ ଆମେ ଦାୟୀ। ତେବେ ଏହାକୁ ନେଇ ରାଜନୀତି କରିବା କିମ୍ବା ପରସ୍ପର ଉପରକୁ ଆଙ୍ଗୁଠି ଉଠାଇବା ଠିକ୍ ନୁହେଁ। ଏହାଦ୍ୱାରା ସମାଧାନର ବାଟ ବାହାରିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.