Odisha Link
Bridging the Missing Links in Odisha

ଗୃହପାଳିତଙ୍କ ପାଇଁ ବିଏମସି ନିର୍ଦ୍ଧିଷ୍ଟ ଗାଇଡଲାଇନ୍ ଆଣିବ

ବିଏମସି କମିଶନର ଅମୃତ ସିଂ କୁଲାଙ୍ଗେ କହିଛନ୍ତି ଯଦି ନିୟମ ଅନୁସାରେ ମାଲିକମାନେ କାର୍ଯ୍ୟ ନ କରନ୍ତି କିମ୍ବା କାହାର କ୍ଷତି ହୁଏ ଯଦି ଏନେଇ କୌଣସି ଲୋକେ ବିଏମସିରେ ଅଭିଯୋଗ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ

ଓଏଲ୍ ବ୍ୟୁରୋ : ସାବଧାନ ରୁହନ୍ତୁ ଯଦି ଘରେ ପୋଷା ଜୀବଜନ୍ତୁ ରଖିଛନ୍ତି। ଗୃହପାଳିତଙ୍କ ପାଇଁ ବିଏମସି ଆଣିବ ନୂଆ ଗାଇଡଲାଇନ। ନିଜ ଘରେ ରଖୁଥିବା ପଶୁ ସେ ଗାଈ ହେଉ କି କୁକୁର ସେମାନଙ୍କ ପାଇଁ ନୂଆ ଗାଇଡଲାଇନ ଆଣିବ ବିଏମସି । ଘରେ ରଖୁଥିବା କୁକୁର ହେଉ କି ଗାଈ ମାଲିକମାନେ ବିଏମସି ଅଫିସରେ ରେଜିଷ୍ଟ୍ରେସନ କରାଇବେ।

ପଶୁଙ୍କୁ ସଫାସୁତୁରା ରଖିବାସହ ମାସକୁ ମାସ ତାଙ୍କର ଭ୍ୟାକ୍ସିନେସନ ହେଉଛି କି ନାହିଁ ତାସହ ସ୍ୱାସ୍ଥ୍ୟ ଅବସ୍ଥାର ଯାଞ୍ଚ କରିବ ବିଏମସି। ପୋଷା ଜୀବ ରଖୁଥିବା ମାଲିକ ମାନେ ସୁସ୍ଥ ସେମାନଙ୍କୁ ପରିବେଶ ଯୋଗାଇବେ ଏବଂ ସେମାନଙ୍କୁ ସଠିକ ପ୍ରଶିକ୍ଷଣ ଦେବେ। ବିଏମସି ହିସାବରେ ଯଦି ପୋଷା ଜୀବ ରଖୁଥିବା ମାଲିକମାନେ ନିୟମ ନ ମାନନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ ।

ଅତି ଶୀଘ୍ର ବିଏମସି ଏହା ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ଆଣିବାକୁ ଯାଉଛି। ନିକଟରେ ଏକ ପୋଷା କୁକୁର କ୍ଷତି କରିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ପରିସ୍ଥିତିରୁ ବିଏମସି ଦ୍ୱାରା ନିୟମ କରାଯିବ ଏବଂ ଘରେ ରଖୁଥିବା ପଶୁ ଯେମିତି ଅନ୍ୟ ଲୋକଙ୍କୁ କ୍ଷତି ନ ପହଞ୍ଚାଏ ତା ଉପରେ ଗୁରୁତ୍ୱ ଦେବେ ମାଲିକ।

ବିଏମସି କମିଶନର ଅମୃତ ସିଂ କୁଲାଙ୍ଗେ କହିଛନ୍ତି ଯଦି ନିୟମ ଅନୁସାରେ ମାଲିକମାନେ କାର୍ଯ୍ୟ ନ କରନ୍ତି କିମ୍ବା କାହାର କ୍ଷତି ହୁଏ ଯଦି ଏନେଇ କୌଣସି ଲୋକେ ବିଏମସିରେ ଅଭିଯୋଗ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭେଟନାରୀ ଡାକ୍ତର ମାନଙ୍କ କଥା ହେବା ସହ ବିଏମସି ଏକ ନିର୍ଦ୍ଧିଷ୍ଟ ଗାଇଡଲାଇନ୍ ଜାରି କରିବ।

Leave A Reply

Your email address will not be published.