Odisha Link
Bridging the Missing Links in Odisha

ଉଦ୍ଧାର ହେଲେ ମୁକ୍ତିକାନ୍ତ

ଓଏଲ୍‌ ବ୍ୟୁରୋ: ସଫଳ ହେଲା ଅପରେସନ୍‌ ମୁକ୍ତିକାନ୍ତ। ଦୀର୍ଘ ୪ ଘଣ୍ଟା ପରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ହୋଡିଂ ଉପରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଲାଡର ସାହାଯ୍ୟରେ ପହଞ୍ଚି ମୁକ୍ତିକାନ୍ତଙ୍କୁ କାବୁ କଲା ଉଦ୍ଧାରକାରୀ ଟିମ୍‌। ପ୍ରଥମେ ମୁକ୍ତିକାନ୍ତଙ୍କ ଉପରକୁ ପାଣି ମାଡ କରିଥିଲେ। ଫଳରେ ତାଙ୍କ ଶରୀରରୁ ଡିଜେଲ ଧୋଇ ହୋଇଯାଇଥିଲା। ପରେ କିଛି ଅଗ୍ନିଶମ କର୍ମଚାରୀ ହୋଡିଂରେ ଚଢିଥିଲେ ମୁକ୍ତିକାନ୍ତଙ୍କୁ କାବୁ କରିଥିଲେ। ୪ ଘଣ୍ଟା ପରେ ଉଦ୍ଧାର ହେଲେ ମୁକ୍ତିକାନ୍ତ। ବର୍ତ୍ତମାନ ମିଳିଥିବା ସୂଚନା ମୁତାବିକ ମୁକ୍ତିକାନ୍ତଙ୍କ ସ୍ବାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି।

ଉଦ୍ଧାର ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମୁକ୍ତିକାନ୍ତ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ପାଳନ ନହେବା ଯାଏଁ ଲଢ଼େଇ ଜାରି ରହିବ। ଆଗକୁ ଏ ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି।

ଶିଶୁ ଭବନ ଛକରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେପଟେ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଥିଲା। ହୋଡିଂ ଉପରେ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ମୁକ୍ତିକାନ୍ତ। ରାଉରକେଲାରୁ ସମସ୍ୟା ନେଇ ଭୁବନେଶ୍ୱର ଆସିଥିଲେ। ୭ ଦିନ ଅପେକ୍ଷା ପରେ ବି ସାକ୍ଷାତ ନହେବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ହୋଡିଂ ଉପରେ ଚଢି ଦେହରେ ଡିଜେଲ ଢାଳି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ।

Leave A Reply

Your email address will not be published.