Odisha Link
Bridging the Missing Links in Odisha

ଆଜି IPL ମିନି ନିଲାମୀ, ଓଡ଼ିଶାର ୨ ଖେଳାଳିଙ୍କ ଉପରେ ନଜର

ଓଏଲ୍‌ ବ୍ୟୁରୋ: ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୬ ତମ ସଂସ୍କରଣ ପାଇଁ ମିନି ନିଲାମୀ ହେବ । କେରଳର କୋଚିରେ ମିନି ନିଲାମୀ ହେବ। ଏହି ନିଲାମୀ ପ୍ରକ୍ରିୟାରେ ୧୦ଟି ଟିମ୍‌ ସାମିଲ ହେବେ। ୨୭୩ ଭାରତୀୟ ଖେଳାଳିଙ୍କ ସହ ମୋଟ ୪୦୫ ଖେଳାଳି ନିଲାମିରେ ସାମିଲେ ହେବେ । ନିଲାମ ପ୍ରକ୍ରିୟାରେ ଓଡ଼ିଶାରୁ ରାଜେଶ ମହାନ୍ତି ଓ ମୁସ୍ତାକ ବାଗ୍‌ ସାମିଲ ଅଛନ୍ତି ।

୪୦୫ ଜଣ ଖେଳାଳିଙ୍କ ମଧ୍ୟରୁ ୨୭୩ ଭାରତୀୟ ଖେଳାଳି ଓ ୧୩୨ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଆଇସିସିର ଆସୋସିଏଟ ଦେଶରୁ ୪ ଖେଳାଳିଙ୍କ ନାମ ମଧ୍ୟ ଏଥିରେ ସାମିଲ ଅଛି । ଏହା ବ୍ୟତୀତ ୧୧୯ କ୍ୟାପ୍ଡ ଓ ୨୮୨ ଜଣ ଅଣକ୍ୟାପ୍ଡ ଖେଳାଳି ଅକ୍ସନରେ ସାମିଲ ହୋଇଛନ୍ତି । ମୋଟ ୮୭ଟି ସ୍ଥାନ ପାଇଁ ହେବ ଅକ୍ସନ । ସେ ମଧ୍ୟରୁ ୩୦ ଜଣ ବିଦେଶୀ ଖେଳାଳି ରହିବେ ।

୪୦୫ ଜଣ ଖେଳାଳିଙ୍କ ମଧ୍ୟରୁ ୯ ଜଣ ଖେଳାଳି ଦୁଇ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ରଖିଛନ୍ତି । ସେହିପରି ୧୧ ଜଣ ଖେଳାଳି ୧.୫ କୋଟି, ୨୦ ଜଣ ଖେଳାଳି ୧ କୋଟି ଟଙ୍କା ସେମାନଙ୍କ ବେସ୍‌ ପ୍ରାଇସ୍‌ ରଖିଛନ୍ତି । ନିଲାମୀକୁ ଜଣାଶୁଣା ଅନ୍ତର୍ଜାତୀୟ ନିଲାମୀକାରୀ ଇଂଲଣ୍ଡର ହଗ ଏଡମିସ୍କ ପରିଚାଳନା କରିବେ ।

ନିଲାମୀରେ ଓଡ଼ିଶାର ଦୁଇଜଣ ଖେଳାଳିଙ୍କ ଉପରେ ମଧ୍ୟ ନଜର ରହିବ । ମୁସ୍ତାକ ବାଗ ଡାହାଣହାତୀ ଲେଗ୍‌ ସ୍ପିନର ହୋଇଥିବା ବେଳେ ରାଜେଶ ମହାନ୍ତି ଦ୍ରୁତ ବୋଲର । ଉଭୟଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ରହିଛି ।

Leave A Reply

Your email address will not be published.