Odisha Link
Bridging the Missing Links in Odisha

ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି ରାଜଧାନୀର ଉଠାଦୋକାନୀ

ଗରିବ ଖଟିଖିଆଙ୍କ କଥା ନଭାବି ବିଏମସି ଉଠାଦୋକାନ ଉଚ୍ଛେଦକୁ ବିରୋଧ କରି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି।

ଓଏଲ୍‌ ବ୍ୟୁରୋ : ବିଏମସି ଦ୍ୱାରା ରାସ୍ତା କଡରେ ଥିବା ଉଠାଦୋକାନ ଗୁଡିକ ଉଚ୍ଛେଦ ହେବା ଦେଖିବାକୁ ମିଳିଥିଲା। ହକି ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଏମସି ପକ୍ଷରୁ ରାସ୍ତାକଡ଼ରେ ଥିବା ଉଠାଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଥିବାବେଳେ ବିକ୍ଷୋଭ କରୁଛନ୍ତି ଉଠାଦୋକାନୀ।

ସେମାନଙ୍କ କହିବା ଅନୁସାରେ ପ୍ରଥମେ ସେମାନଙ୍କୁ ଥଇଥାନ କରାଯାଉ ପରେ ଉଚ୍ଛେଦ କରାଯାଉ। ଗରିବ ଖଟିଖିଆଙ୍କ କଥା ନଭାବି ବିଏମସି ଉଠାଦୋକାନ ଉଚ୍ଛେଦକୁ ବିରୋଧ କରି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି। ଖେଳ ନୁହେଁ ଭାତ ଚାହୁଁ ବୋଲି କହି ବିଏମସି କୁ ବିରୋଧ କରିଛନ୍ତି ରାଜଧାନୀର ଉଠାଦୋକାନୀ।

Leave A Reply

Your email address will not be published.