Odisha Link
Bridging the Missing Links in Odisha

ଜୟପୁରକୁ ଉଡ଼ିବ ଆଉ ଏକ ବିମାନ, ପରିବହନ ମନ୍ତ୍ରୀ ଦେଲେ ସୂଚନା

ଓଏଲ୍‌ ବ୍ୟୁରୋ: ଜୟପୁରବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। କାରଣ ରାଜଧାନୀ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଆଉ ଏକ ବିମାନ। ଭୁବନେଶ୍ବର-ଜୟପୁର ସିଧାସଳଖ ବିମାନ ସେବା ସଫଳ ହେବା ପରେ ଏବେ ଆଉ ଏକ ବିମାନ ଉଡ଼ିବା ନେଇ ସୂଚନା ମିଳିଛି। ଏନେଇ ସୋମବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

ପୂର୍ବରୁ ଭୁବନେଶ୍ବରରୁ -ଜୟପୁର ଗୋଟିଏ ବିମାନ ଯିବା ଆସିବା କରୁଥିଲା। ଫଳରେ କମ ସଂଖ୍ୟକ ଯାତ୍ରୀ ଯିବା ଆସିବା କରି ପାରୁଥିଲେ। ଏହି ସମସ୍ୟା ଦୂର କରିବା ପାଇଁ ଆଉ ଗୋଟିଏ ବିମାନ ଉଡାଣ ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

ସୂଚନାଥାଉକି, ଅକ୍ଟୋବର ୩୧ରେ ଜୟପୁରକୁ ପ୍ରଥମଥର ପାଇଁ ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.