Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ

ଓଏଲ୍‌ ବ୍ୟୁରୋ : ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ କର୍ମୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭବାନୀପାଟଣା ମ୍ୟୁନିସିପାଲଟିରେ ସମୀର ୩୦ ବର୍ଷ ହେବ କାମ କରି ଆସୁଛନ୍ତି। ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଭିଜିଲାନ୍ସ ଚଢ଼ାଉ କରିଛି।

ସମୀରଙ୍କ ଭବାନୀପାଟଣାସ୍ଥିତ ମହାବୀରପଡ଼ାରେ ଥିବା ତିନି ମହଲା ଘର, ଇରିଗେସନ କଲୋନୀରେ ଥିବା ଘର, ମାରୱାଡିପଡାରେ ଥିବା ଭଡ଼ା ଘର ଓ ଭବାନୀପାଟଣାସ୍ଥିତ ଅଫିସରେ ଏକ ସଙ୍ଗେ ଚଢାଉ କରାଯାଇଛି। ଚଢ଼ାଉ ସମୟରେ ଜୟପୁର ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସହ ଭିଜିଲାନ୍ସର ଆଉ କିଛି ଅଧିକାରୀ ସାମିଲ ହୋଇ ଖୋଳତାଡ଼ ଜାରି କରିଛନ୍ତି।