Odisha Link
Bridging the Missing Links in Odisha

ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’

୧୦୦ ବର୍ଷ ବୟସରେ ଆଖି ବୁଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହୀରାବେନ୍

ଓଏଲ୍ ବ୍ୟୁରୋ : ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଛି। ୧୦୦ ବର୍ଷ ବୟସରେ ଆଖି ବୁଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍। ନିଜେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଥିବା ଜଣା ପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ମା’ ହିରାବେନଙ୍କୁ ପୂର୍ବରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ଚିକିତ୍ସାଳୟ ନିଆଯାଇଥିଲା। ବିଳମ୍ବିତ ରାତି ୩ଟା ୩୦ରେ ଦେହାନ୍ତ ହୋଇଛି। ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.