Odisha Link
Bridging the Missing Links in Odisha

ଅଟୋ ଉପରେ ଅଜଣା ଗାଡି ମାଡ଼ିଗଲା, ଘଟଣାସ୍ଥଳରେ ୩ମୃତ

ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଦୁହୁରିଆ ଜମଧର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣା ପଡିଛି

ଓଏଲ୍ ବ୍ୟୁରୋ : ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ହୋଇଥିବା ଖବରରୁ ଜଣା ପଡିଛି। ଅଟୋ ଉପରେ ଏକ ଅଜଣା ଗାଡ଼ି ମାଡିଯାଇଛି। ଗାଡ଼ି ମାଡିଯିବାରୁ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଦୁହୁରିଆ ଜମଧର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣା ପଡିଛି।

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୩ଜଣ ହେଉଛନ୍ତି , ଆଶିଷ ବେଉରିଆ, ତାଙ୍କ ସହଯୋଗୀ ଓ ଅଟୋ ଡ୍ରାଇଭର। ମୃତ ଆଶିଷଙ୍କ ଘର ଆଳି ଥାନା ଜାମୁଦଣ୍ଡ ଅଞ୍ଚଳରେ। ଖବର ଅନୁସାରେ ମୃତ ଆଶିଷଙ୍କ ଭିଣୋଇଙ୍କ ଧାନ କଟା ମେସିନ କେନ୍ଦ୍ରାପଡ଼ାରେ ଧାନକଟାରେ ନିୟୋଜିତ ହୋଇଥିଲା। ସେହି ଧାନକଟା ମେସିନରୁ ତେଲ ସରିଯିବାରୁ ଗତକାଲି ବିଳମ୍ବିତ ରାତିରେ ଆଶିଷ ଓ ତାଙ୍କ ସହଯୋଗୀ ଏକ ଅଟୋରେ ତେଲ ଆଣିବାକୁ ଯାଉଥିଲେ।

ସେ ସମୟରେ ଦୁହୁରିଆ ଜମଧର ଛକ ନିକଟରେ ଏକ ଅଜଣା ଗାଡ଼ି ଅଟୋ ଉପରେ ମାଡ଼ି ଯାଇଥିଲା। ଯାହା ଦ୍ୱାରା ଘଟଣାସ୍ଥଳରେ ଆଶିଷଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଦ୍ୱାରା ଘଟଣା ସ୍ଥଳରେ ତଦନ୍ତ ଜାରି କରାଯାଇଛି।

1 Comment
  1. Secy ,Sankha Dhwani Rasta Surakhya Samiti Odisha says

    Condoling such Horrific accident ,where three auto driver friend lost their life due to careless driving late night . Sankha Dhwani Rasta Surakhya Samiti Odisha

Leave A Reply

Your email address will not be published.