Odisha Link
Bridging the Missing Links in Odisha

ଦାସୁନ ଶଣକାଙ୍କ ବିସ୍ଫୋରକ ଇନିଂସ୍, ଭାରତ ଆଗରେ ୨୦୭ ରନର ବିଜୟ ଲକ୍ଷ୍ୟ

ଓଏଲ୍‌ ବ୍ୟୁରୋ: ପୁଣେରେ ଖେଳାଯାଉଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାର ଦମଦାର ବ୍ୟାଟିଂ ପ୍ରଦର୍ଶନ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ଓ୍ବିକେଟ ହରାଇ ମୋଟ ରନ୍‌ କରିଛି । ଭାରତର ଖରାପ ବୋଲିଂର ଫାଇଦା ଉଠାଇ ଶ୍ରୀଲଙ୍କା ଦଳ ୨୦୬ ରନ୍‌ କରିବାରେ ସକ୍ଷମ ହୋଇଛି । ଏଥିସହିତ ଟିମ୍‌ ଇଣ୍ଡିଆ ଆଗରେ ୨୦୭ ରନର ବିଶାଳ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା।

ଟିମ୍‌ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଶ୍ରୀଲଙ୍କାର ଦୁଇ ଅପନର ନିଶାଙ୍କା ଓ କୁଶଲ ମେଣ୍ଡିସ୍‌ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ଖେଳାଳିଙ୍କ ମଧ୍ୟରେ ୮୦ ରନର ପାର୍ଟନରସିପ୍‌ ହୋଇଥିଲା। ଏହାପରେ କୁଶଲ ମେଣ୍ଡିସ ୫୨ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ । ଏହାପରେ ନିଶାଙ୍କା ୩୩, ଅଶଲଙ୍କା ୩୭ ରନ୍‌ ଓ ଅଧିନାୟକ ଦାଶୁନ ସନାକା ମାତ୍ର ୨୨ ବଲ୍‌ ଖେଳି ଦମଦାର ୫୬ରନର ଇନିଂସ୍‌ ଖେଳିଥିଲେ। ଯାହାଫଳରେ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୦୬ ରନ୍‌ କରିଛି ।

ଭାରତ ପକ୍ଷରୁ ଉମରାନ୍‌ ମଲ୍ଲିକ ୩ଟି ଓ୍ବିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ ଓ ଚହଲ ଗୋଟିଏ ଓ୍ବିକେଟ ନେଇଥିଲେ।

Leave A Reply

Your email address will not be published.