Odisha Link
Bridging the Missing Links in Odisha

ଭୁଜାଲି ଦେଖାଇ ବ୍ୟାଙ୍କ ସମ୍ମୁଖରୁ ୧୫ଲକ୍ଷ ଲୁଟିନେଲେ ଦୁର୍ବୁତ୍ତ

ଜୟନ୍ତ କୁମାର ଆଚାର୍ଯ୍ୟ ଟଙ୍କା ଜମା ପାଇଁ ବ୍ୟାଙ୍କକୁ ଯାଉଥିଲେ ଏବଂ ସେଇ ସମୟରେ ବ୍ୟାଙ୍କ ସମ୍ମୁଖରେ ୩ଦୁର୍ବୁତ୍ତ ବାଇକରେ ଆସି ହଠାତ୍‌ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଫେରାର ହୋଇଯାଇଥିଲେ

ଓଏଲ୍‌ ବ୍ୟୁରୋ : ବ୍ୟାଙ୍କ ସମ୍ମୁଖରୁ ହେଲା ଲୁଟ୍। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁନ୍ଦନଦେଇପୁର ଗାଁର ଜୟନ୍ତ କୁମାର ଆଚାର୍ଯ୍ୟ। ସେ ଏକ ଡିଷ୍ଟ୍ରିବ୍ୟୁଟର କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି। ବ୍ୟାଙ୍କ ସମ୍ମୁଖରୁ ଭୁଜାଲି ଦେଖାଇ ଏକ ବାଇକରେ ୩ ଦୁର୍ବୃତ୍ତ ଲୁଟି ନେଲେ ୧୫ଲକ୍ଷ ଟଙ୍କା।

ଏହି ଘଟଣାଟି ଢେଙ୍କାନାଳ କାମାକ୍ଷାନଗରରୁ ସାମ୍ନାକୁ ଆସିଥିବାବେଳେ ପର୍ଜଙ୍ଗ ଥାନା ଲୋଧଣୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ଲୁଟ୍ ହୋଇଥିବା ଜଣା ପଡିଛି। ଜୟନ୍ତ କୁମାର ଆଚାର୍ଯ୍ୟ ଟଙ୍କା ଜମା ପାଇଁ ବ୍ୟାଙ୍କକୁ ଯାଉଥିଲେ ଏବଂ ସେଇ ସମୟରେ ବ୍ୟାଙ୍କ ସମ୍ମୁଖରେ ୩ଦୁର୍ବୁତ୍ତ ବାଇକରେ ଆସି ହଠାତ୍‌ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଫେରାର ହୋଇଯାଇଥିଲେ। ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଜାରି କରିଛି।