Odisha Link
Bridging the Missing Links in Odisha

ଏସ୍‌ଏଚଜି ପାଚେରୀ ଭାଙ୍ଗିଦେଲେ ବିଜେପି ବିଧାୟକ

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପକୁ ନେଇ ଦେବଗଡ଼ ରାଜନୀତି ସରଗରମ। ଅଭିଯୋଗ ମୁତାବିକ, ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କରୁଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ।

ସୂଚନା ଅନୁଯାୟୀ, ଦେବଗଡ଼ ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ଏକ ପାଚେରୀ ନିର୍ମାଣ କରାଯାଇଥିଲା। ଯେଉଁଥିପାଇଁ ହରି ଓମ୍‌ ଏସ୍‌ଏଚଜିକୁ ୧୪ ଲକ୍ଷ ହଜାର ୩୦୦ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା। ହେଲେ ପାଚେରୀ ନିର୍ମାଣ ସରିଥିବା ବେଳେ ନିର୍ମାଣ କରାଯାଇଥିବା ପାଚେରୀକୁ ବିଧାୟକଙ୍କ ଉପସ୍ଥିତିରେ ଭାଙ୍ଗିଦେଇଛନ୍ତି ସମର୍ଥକ। ଭାଙ୍ଗିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଅନ୍ୟପଟେ, ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୌର ପରିଷଦ ପକ୍ଷରୁ ଦାବି ହୋଇଛି। ସେହିପରି ଏସଏଚଜି ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.