Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ବିଡିଓ ନାରାୟଣ ସାହୁ

କାଳ ୫ଟା ସମୟରେ ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ୫ଟି ସ୍ଥାନରେ ଚଢ଼ାଉ

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ଉରେ ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଓ ୪ ଏଏସଆଇ ସାମିଲ ଅଛନ୍ତି।

ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ବରଗଡ଼ର ଭଡା ଘର, ବଲାଙ୍ଗୀରର ବାସଭବନ, ଲୁଇସିଙ୍ଗା ବ୍ଲକ ‌‌ପୈତୃକ ଗ୍ରାମ କୁଶମେଲ ସହ ଖଡ଼ିଆଳ ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ମଙ୍ଗଳବାର ସକାଳ ୫ଟା ସମୟରେ ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ୫ଟି ସ୍ଥାନରେ ଚଢ଼ାଉ କରିଛି।

Leave A Reply

Your email address will not be published.