Odisha Link
Bridging the Missing Links in Odisha

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି; ଏସସିବିରେ ସଫଳ ହେଲା ଜଟିଳ ଅସ୍ତ୍ରୋପଚାର

ଦୁର୍ଘଟଣାରୁ ଆଙ୍ଗୁଠି କଟିଯାଇଥିବାରୁ ୨୫ ବର୍ଷୀୟ ଯୁବକଙ୍କ ହାତରେ ଗୋଡ ଆଙ୍ଗୁଠି ଲଗାଯାଇଛି

ଓଏଲ୍ ବ୍ୟୁରୋ : କଟକ ଏସସିବି ମେଡିକାଲରେ ଦେଖିବାକୁ ମିଳିଛି ଏକ ବିରଳ ଅସ୍ତ୍ରୋପଚାର। ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏହି ଜଟିଳ ଅପରେସନ୍ ହୋଇଥିବା ଜଣା ପଡିଛି। ଜଣେ ୨୫ ବର୍ଷୀୟ ଯୁବକଙ୍କ ହାତରେ ଗୋଡ ଆଙ୍ଗୁଠି ଲଗାଇବାରେ ସଫଳ ହୋଇଛନ୍ତି ଏସସିବିର ଡାକ୍ତର।

ସୂଚନା ଅନୁସାରେ, ଦୁର୍ଘଟଣାରୁ ଆଙ୍ଗୁଠି କଟିଯାଇଥିବାରୁ ୨୫ ବର୍ଷୀୟ ଯୁବକଙ୍କ ହାତରେ ଗୋଡ ଆଙ୍ଗୁଠି ଲଗାଯାଇଛି। ଯୁବକଙ୍କ ଡାହାଣ ହାତର ବୁଢା ଆଙ୍ଗୁଠି ଆବଶ୍ୟକଠାରୁ ଛୋଟ ହୋଇଥିବାରୁ ତାଙ୍କୁ ବିଭିନ୍ନ କାମ କରିବାରେ ସମସ୍ୟା ହେଉଥିଲା। ତେବେ ଏହି ସମସ୍ୟାର ସମାଧାନ ପାଇଁ ଯୁବକ ଜଣକ ଏସସିବି ମେଡିକାଲରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।

ତେବେ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ସହ ଯୁବକ ଜଣକ ଏନେଇ ଆଲୋଚନା କରିଥିଲେ। ଅପରେସନ୍ ପାଇଁ ଗୋଡର ଗୋଟିଏ ଆଙ୍ଗୁଠିକୁ କାଟିବାକୁ ପଡ଼ିବ ବୋଲି କହିଥିଲେ ଡାକ୍ତର। ଗୋଡର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠିକୁ କଟାଯାଇ ତାହାକୁ ଯୁବକଙ୍କ ହାତର ବୁଢା ଆଙ୍ଗୁଠି କରାଯାଇଥିଲା।

ଦୀର୍ଘ ସମୟ ଧରି ଅପରେସନ୍ କରିବା ପରେ ସଫଳ ହୋଇଛନ୍ତି ଏସସିବିର ଡାକ୍ତର। ଏଭଳି ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର କହିଥିବାବେଳେ ଏଭଳି କଠିନ ଅସ୍ତ୍ରୋପଚାରରେ ସଫଳତା ହାସଲ କରିଛନ୍ତି ଏସସିବିର ଡାକ୍ତର।

Leave A Reply

Your email address will not be published.