Odisha Link
Bridging the Missing Links in Odisha

ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ୩ ଗିରଫ

ହରିପୁର ଜଙ୍ଗଲ ମଧ୍ୟରେ ଏହି ଅଜଣା ସୁଟକେଶ ପଡ଼ିଥିବା ଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା

ଓଏଲ୍ ବ୍ୟୁରୋ : ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ସୁଟକେଶରେ ଭର୍ତ୍ତି ହୋଇ ଯୁବକଙ୍କ ମୃତଦେହ ମିଳିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାର ଖବର ପାଇବା ପରେ ପୁଲିସ ତଦନ୍ତ ଜାରି କରିଥିଲା। ତଦନ୍ତ ପରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ଗିରଫ କରିଛି ପୁଲିସ। ତିନି ଅଭିଯୁକ୍ତ ହେଲେ ମୃତ ଯୁବକଙ୍କ ସ୍ତ୍ରୀ, ସଂପର୍କୀୟ ଭାଇ ଓ ଅନ୍ୟ ଜଣେ।

ସୂଚନା ଅନୁସାରେ, ଗତକାଲି ସକାଳେ ସ୍ଥାନୀୟ କିଛି ଲୋକ ଜଙ୍ଗଲ ଭିତରକୁ କାଠ ସ°ଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ। କାଳେ ଏଥିରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ ବୋଲି ସନ୍ଦେହ କରି ଏବାବଦରେ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲେ। ହରିପୁର ଜଙ୍ଗଲ ମଧ୍ୟରେ ଏହି ଅଜଣା ସୁଟକେଶ ପଡ଼ିଥିବା ଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା। ଏହି ଅଜଣା ସୁଟକେଶ ଖୋଲିବା ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା।ପୁଲିସ ଘଟଣାର ତଦନ୍ତ କରିବା ପରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡିଛି।

Leave A Reply

Your email address will not be published.