Odisha Link
Bridging the Missing Links in Odisha

ଦେଶ ପାଳୁଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ପୁଣ୍ୟ ଜୟନ୍ତୀ

ସୁବାଷଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଉଜ୍ଜିବୀତ ହୋଇ ରହିଛି।

ଓଏଲ୍ ବ୍ୟୁରୋ : ଭାରତମାତାର ଅମର ବରପୁତ୍ର ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୬ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ।୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା‘ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ।

କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା। ସୁବାଷ ବ୍ରିଟିଶ ସରକାରଙ୍କୁ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ। ସୁବାଷଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଉଜ୍ଜିବୀତ ହୋଇ ରହିଛି।

ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ଦେଶଭକ୍ତ ଓ ଜଣେ ଅବିସ୍ମରଣୀୟ ଯୋଦ୍ଧାଭାବେ ନେତାଜୀ ଏ ଜାତିର ଚିର ନମସ୍ୟ। କେବଳ ଭାରତରେ ନୁହେଁ ସେ ଦେଶ ବାହାରେ ଅନେକ ପ୍ରଭାବଶାଳୀ ଦେଶରେ ତାଙ୍କ ବ୍ୟକ୍ତିତ୍ୱ ବେଶ ସୁପରିଚିତ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଭିନ୍ନ ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଯାଇଛି।

1 Comment
  1. Koko says

    Jai Hind 🇮🇳

Leave A Reply

Your email address will not be published.