ଭୟାବହ ଅଗ୍ନିକାଣ୍ଡ ; ଜଣେ ଜୀବନ୍ତ ଦଗ୍ଧ ଏବଂ ୩ ଗୁରୁତର
ଗୁରୁତର ଭାବେ ଆହତ ହୋଇଥିବା ୩ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି
ଓଏଲ୍ ବ୍ୟୁରୋ : ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲା ଗଡ଼ପୋଷରେ ବୋଲେରୋ ଏକ ଗଛରେ ପିଟି ହେବା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଗଛରେ ପିଟି ହେବା ପରେ ବୋଲେରୋଟି ଜଳି ଯିବାରୁ ଜଣେ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୩ ଜଣ ଆହତ ହୋଇଥିବା ଜଣା ପଡିଛି। ଗୁରୁତର ଭାବେ ଆହତ ହୋଇଥିବା ୩ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।
ସୂଚନା ଅନୁସାରେ, ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସିମଡେଗାରୁ ସୋମବାର ରାତି ପ୍ରାୟ ୯ ଟାରେ ପିଣ୍ଡାପଥର ପଞ୍ଚାୟତ ପରମାଣପୁର ଢେଟୋପଡ଼ାକୁ ଏକ ବୋଲେରୋ ଯୋଗେ ଫେରୁଥିବା ସମୟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗିଯିବା ଦ୍ୱାରା ଅଗ୍ନିକାଣ୍ଡରେ ଗାଡ଼ିଟି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗିଯିବାରୁ ପଛପଟେ ବସିଥିବା ସୁରେଶ ଲୁଗୁନ୍ ଗାଡ଼ିରୁ ବାହାରି ପାରି ନଥିଲେ। ଗାଡ଼ିରୁ ବାହାର କରିବାକୁ ଗାଡ଼ିରେ ଥିବା ତାଙ୍କ ଭାଇ ସୁଲେ ଲୁଗୁନ, ନବୀନ ଲୁଗୁନ ଓ ପ୍ରମୋଦ ଉଦ୍ୟମ କରିଥିଲେ ମଧ୍ୟ ନିଆଁ ତୀବ୍ର ହେବାରୁ ସେମାନେ ବିଫଳ ହୋଇଥିଲେ। ଅଗ୍ନିକାଣ୍ଡରେ ସୁରେଶ ପୋଡ଼ି ମୃତ୍ୟୁବରଣ କରିଥିବା ଜଣା ପଡିଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଅନ୍ୟ ମାନଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା।