Odisha Link
Bridging the Missing Links in Odisha

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ଶିଶୁର ମୃତଦେହ ଉଦ୍ଧାର

୪ ବର୍ଷ ଶିଶୁ ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶର ଚପଲ ଦେଖିବା ପରେ ସନ୍ଦେହ ବଢ଼ିବାରୁ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଘରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଥିଲା ପୁଲିସ

ଓଏଲ୍‌ ବ୍ୟୁରୋ : ଚାରି ବର୍ଷର ଶିଶୁକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମରୁ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି।

ନିଖୋଜ ମୃତ ନାବାଳକ ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ। ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ସାଢ଼େ ୪ଟାରୁ ନିତେଶ ନିଖୋଜ ଥିଲେ। ନିଖୋଜ ହେବା ପରେ ପରିବାର ଲୋକ ଅନେକ ଖୋଜାଖୋଜି କରିଥିଲେ। ପରେ ପାଖ ଘରୁ ମୃତ ନିତେଶର ଚପଲ ପଡିଥିବା ଦେଖିଥିଲେ ପାରିବାର ଲୋକେ।

୪ ବର୍ଷ ଶିଶୁ ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶର ଚପଲ ଦେଖିବା ପରେ ସନ୍ଦେହ ବଢ଼ିବାରୁ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଘରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ପୁଲିସ ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି। ପରିବାର ଲୋକେ ଶିଶୁର ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ଜଣା ପଡିଛି।