Odisha Link
Bridging the Missing Links in Odisha

ବିଦେଶକୁ ରପ୍ତାନି ହେଲା ଓଡ଼ିଶା ମାଣ୍ଡିଆ

କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ)ଠାରେ ଏକ ଦିନିକିଆ କର୍ମଶାଳା ତଥା କ୍ଷୁଦ୍ରଶସ୍ୟ ରପ୍ତାନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଓଏଲ୍ ବ୍ୟୁରୋ : ଓଡ଼ିଶା ମାଣ୍ଡିଆ ରପ୍ତାନି କ୍ଷେତ୍ରରେ ସଫଳତା ଲାଭ କରିଛି। ରାଜ୍ୟରେ ଉତ୍ପାଦିତ ମାଣ୍ଡିଆକୁ ବିଦେଶକୁ ରପ୍ତାନି କରାଯାଇଛି। ପ୍ରଥମଥର ପାଇଁ ଓଡ଼ିଶା ମିଲେଟ୍ ବିଦେଶକୁ ପଠାଯାଇଥିବା ଜଣା ପଡିଛି। ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆକୁ ଦୁବାଇ ପଠାଯାଇଛି।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନସ୍ଥ ଏପେଡ଼ାର ମିଳିତ ପ୍ରୟାସରେ ୧ ଟନ୍‌ର ମାଣ୍ଡିଆ ପଠାଯାଇଛି। ଏଥିରେ ମାଣ୍ଡିଆ ଗୁଣ୍ଡ ସହିତ କ୍ଷୁଦ୍ରଶସ୍ୟ ରହିଛି। ଏଥିପାଇଁ ମିସନ ଶକ୍ତି ଏବଂ ମିଲେଟ୍ ମିସନ ପ୍ରୋତ୍ସାହିତ ଶକ୍ତିମୟୀ ମହାସଂଘ ସହଯୋଗ କରିଥିବା ଜଣା ପଡିଛି।ପୂର୍ବରୁ କର୍ଣ୍ଣାଟକ ମାଣ୍ଡିଆ ରପ୍ତାନି କ୍ଷେତ୍ରରେ ସଫଳତା ହାସଲ କରିଥିବାବେଳେ ବର୍ତ୍ତମାନ ଓଡ଼ିଶା ମାଣ୍ଡିଆ ରପ୍ତାନିରେ ସଫଳ ହୋଇଛି।

କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ)ଠାରେ ଏକ ଦିନିକିଆ କର୍ମଶାଳା ତଥା କ୍ଷୁଦ୍ରଶସ୍ୟ ରପ୍ତାନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ମିଲେଟ୍ ବର୍ଷରେ ଓଡ଼ିଶାରୁ ଅଧିକରୁ ଅଧିକ କ୍ଷୁଦ୍ରଶସ୍ୟକୁ ବିଭିନ୍ନ ଦେଶକୁ ରପ୍ତାନି କରିବାକୁ ଯୋଜନା ରହିଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ ମିସନ ତଥା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ବିଭିନ୍ନ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.