Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ ଜିଏମ୍

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ

ଓଏଲ୍ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ କାର୍ଯ୍ୟରତ ବରିଷ୍ଠ ଜିଏମ୍। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ କାର୍ଯ୍ୟରତ ବରିଷ୍ଠ ଜିଏମ୍ ହେଲେ ପ୍ରମୋଦ କୁମାର ଚୌଧୁରୀ।

ଟିପିଏସଓଡିଏଲ୍ ଜିଏମ୍ ପ୍ରମୋଦ କୁମାର ଚୌଧୁରୀ ପର୍ଯ୍ୟାପ୍ତ ସମ୍ପତି ରଖିଥିବା ଅଭିଯୋଗ କରାଯାଇଥିବାବେଳେ ବ୍ରହ୍ମପୁର ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି କରିଛି ଭିଜିଲାନ୍ସ। ବ୍ରହ୍ମପୁରର ସ୍ୱତନ୍ତ୍ର ଭିଜିଲାନ୍ସ  ଜଜଙ୍କ ନିର୍ଦେଶକ୍ରମେ ଜଣେ ଅତିରିକ୍ତ ଏସପି, ୩ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୨ ଜଣ ଏସ ଆଇ/ ଏଏସ ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ଜିଏସଟି ଅଧିକାରୀମାନେ ଏହି ଚଢ଼ଉରେ ନିୟୋଜିତ ଅଛନ୍ତି।