Odisha Link
Bridging the Missing Links in Odisha

ରାଜ୍ୟରେ ଶୀତର ଲେଉଟାଣି ; ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରି ରେକର୍ଡ

ରାତି ୯ଟା ପରେ ପରଦିନ ସକାଳ ୯ଟା ପର୍ଯ୍ୟନ୍ତ ଅଧିକ ଥଣ୍ଡା ଅନୁଭୂତ ହେଉଛି

ଓଏଲ୍‌ ବ୍ୟୁରୋ : କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଯାଇଥିଲା। ଥଣ୍ଡା କମିଯିବାରୁ ଧନଜୀବନ ବାଧାପ୍ରାପ୍ତ ହେଉନଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଶୀତ ଫେରିଛି। ପ୍ରବଳ ଶୀତରେ ଥରୁଛି କନ୍ଧମାଳ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତ ବଢ଼ିଛି। ରାତି ୯ଟା ପରେ ପରଦିନ ସକାଳ ୯ଟା ପର୍ଯ୍ୟନ୍ତ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଫୁଲବାଣୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଆଜି ସକାଳୁ ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରି ରେକର୍ଡ ହୋଇଛି।

ଫୁଲବାଣୀ ସମେତ ପୂରା କନ୍ଧମାଳ ଜିଲ୍ଲାରେ ଶୀତଲହରୀ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ। ପୂର୍ବରୁ ଦାରିଙ୍ଗବାଡିରେ ଶୀତର ପ୍ରକୋପ କମିଥିବା କୁହାଯାଉଥିଲା ବର୍ତ୍ତମାନ ପୁଣି ଥରେ ବଢିଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ, ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ‌ କମିବାରେ ଲାଗିଛି, ତଥାପି ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି। ରାତିରେ କାକର ପଡୁଥିବାରୁ ସକାଳ ବୁଲା ସମୟରେ ଲୋକେ ସାମାନ୍ୟ ଥଣ୍ଡାର ଅନୁଭୂତିକୁ ସାମ୍ନା କରୁଛନ୍ତି। ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା କମୁଥିବାରୁ ଥଣ୍ଡା ଅନୁଭୂତ ହେଉଛି, ହେଲେ ପୂର୍ବ ଭଳି ଜାଡ଼ ନଥିବା କୁହାଯାଉଛି।

Leave A Reply

Your email address will not be published.