Odisha Link
Bridging the Missing Links in Odisha

ଅଡ଼ୁଆରେ ବିଜେଡ଼ି ନେତା ରବୀନ୍ଦ୍ର ଜେନା

ସିସୋର ଲିଙ୍କ୍‌ରେ ସିବିଆଇ ମାମଲା ରଦ୍ଦ ପାଇଁ ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ

ଓଏଲ୍‌ ବ୍ୟୁରୋ : ଅଡୁଆରେ ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ସିସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଖାରଜ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଥିବା ଜଣା ପଡିଛି। ଏହାସହ ମାମଲା ଚାଲିବ ବୋଲି କୋର୍ଟ କହିଛନ୍ତି।

ସୂଚନା ଅନୁସାରେ, ସିସୋର ଲିଙ୍କ୍‌ରେ ସିବିଆଇ ମାମଲା ରଦ୍ଦ ପାଇଁ ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିସୋର ଆକାଉଣ୍ଟରୁ ୧.୭୫ କୋଟି ରବୀନ୍ଦ୍ର ଜେନାଙ୍କ ଆକାଉଣ୍ଟକୁ ଯାଇଥିବା ଅଭିଯୋଗ ରହିଥିବାବେଳେ ମାମଲାକୁ ଖାରଜ କରିବା ପାଇଁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ।