Odisha Link
Bridging the Missing Links in Odisha

‘ନବ ଦାସଙ୍କ ପ୍ରକୃତ ହତ୍ୟାକାରୀକୁ ସରକାର ଧରିପାରିବେ ନାହିଁ’

ମୋତେ ଏବଂ ସମସ୍ତଙ୍କୁ ବି ସନ୍ଦେହ ଅଛି ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମରେ ହୋଇଯିବ

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି କରିଛି। ହତ୍ୟାକାରୀ ପୁଲିସ କର୍ମଚାରୀ ଗୋପାଳକୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। ତେବେ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବିସ୍ଫୋରୋକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର। ନବ ଦାସଙ୍କ ହତ୍ୟାର କାରଣ ରାଜନୈତିକ ଶତ୍ରୁତା କିମ୍ବା କୋଇଲା କଥା କିମ୍ବା ଅନ୍ୟାନ୍ୟ କଥା ହୋଇପାରେ ବୋଲି ସାଲୁଜା କହିଛନ୍ତି। ମୋତେ ଏବଂ ସମସ୍ତଙ୍କୁ ବି ସନ୍ଦେହ ଅଛି ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମରେ ହୋଇଯିବ। ଏହି ହତ୍ୟାକାଣ୍ଡରେ ବଡ଼ ବଡ଼ ଲୋକଙ୍କର ସମ୍ପୃକ୍ତି ଥିବାରୁ ପ୍ରକୃତ ହତ୍ୟାକାରୀକୁ ସରକାର ଧରିପାରିବେ ନାହିଁ ବୋଲି କହିଲେ ସାଲୁଜା। ତେଣୁ ଆମେ ଏସଆଇଟି ତଦନ୍ତ ଦାବି କରୁଥିଲୁ କିନ୍ତୁ ରାଜ୍ୟ ସରକାର କେବଳ କ୍ରାଇମବ୍ରାଞ୍ଚ ତଦନ୍ତକୁ ନିର୍ଦ୍ଦେଶ ଦେଲେ ଯାହାର ତଦନ୍ତରେ କିଛି ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି ସାଲୁଜା।

Leave A Reply

Your email address will not be published.