Odisha Link
Bridging the Missing Links in Odisha

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନୂତନ ଅଡିଟୋରିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବହୁ ଦିନର ସ୍ବପ୍ନ ହେଲା ପୂରଣ। ଏକ ହଜାର ଆସନ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ଅଡିଟୋରିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆସନ୍ତା ୧୦ ତାରିଖରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପୂର୍ବରୁ ଅଡିଟୋରିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅତ୍ୟାଧୁନିକ ଅଡିଟୋରିୟମ୍‌ ଦ୍ବାରା ଶିକ୍ଷାକ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ।ଏହି ଅତ୍ୟାଧୁନିକ ଅଡିଟୋରିୟମ ଆଗାମୀ ପିଢ଼ି ଛାତ୍ରୀଙ୍କ ପାଇଁ ନୂଆ ପ୍ରେରଣା ସୃଷ୍ଟି କରିବ ବୋଲି ଅଧ୍ୟାପିକାମାନେ ମତ ରଖିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିକାଶ କାର୍ଯ୍ୟକ୍ରମ ପାଇଁ ଛାତ୍ରୀ ଓ ଅଧ୍ୟାପିକାମାନେ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନସେଲର ଆଜିର ଦିନକୁ ଇତିହାସ ମନେରଖିବ ବୋଲି କହିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସାହାଯ୍ୟ କରିଛନ୍ତି ବୋଲି ଅଧ୍ୟାପିକାମାନେ ଧନ୍ୟବାଦ ଦେଇଛନ୍ତି। ରାଜ୍ୟରେ ଶିକ୍ଷାର ବିକାଶ ଓ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାହାଯ୍ୟ ଓ ସହଯୋଗ କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ।

Leave A Reply

Your email address will not be published.