Odisha Link
Bridging the Missing Links in Odisha

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ, ଡେବ୍ୟୁ କଲେ ସୂର୍ଯ୍ୟକୁମାର ଓ ଭରତ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ସେହିପରି ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ଦୁଇ ଖେଳାଳି ଡେବ୍ୟୁ କରିଛନ୍ତି। ଟି-୨୦ର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଓ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ କେଏସ୍‌ ଭରତ ଆଜି ଡେବ୍ୟୁ କରିଛନ୍ତି।

ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ରବୀନ୍ଦ୍ର ଜାଦେଜା, ସୂର୍ଯ୍ୟକୁମାର ଯାଦବ, କେଏସ୍‌ ଭରତ (ୱିକେଟ୍‌ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ, ଅକ୍ଷର ପଟେଲ, ମହମ୍ମଦ ସାମି, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ୍‌ ୱର୍ଣ୍ଣର, ଉସ୍‌ମାନ ଖୱାଜା, ମାର୍ନସ ଲବୁସାନ୍‌, ଷ୍ଟିଭେନ ସ୍ମିଥ୍‌, ମାଟ ରେନଶୋ, ପିଟର ହ୍ୟାଣ୍ଡ୍‌ସ୍କମ୍ବ୍‌, ଆଲେକ୍ସ କାରି (ୱିକେଟ୍‌ରକ୍ଷକ), ପ୍ୟାଟ୍‌ କମିନ୍ସ (ଅଧିନାୟକ), ଟଡ୍‌ ମର୍ଫି, ନାଥନ ଲାୟନ, ସ୍କଟ୍‌ ବୋଲାଣ୍ଡ।

Leave A Reply

Your email address will not be published.