Odisha Link
Bridging the Missing Links in Odisha

ବିଲରୁ ମିଳିଲା କ୍ଷତାକ୍ତ ମୃତଦେହ

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଚେନାରିଗୁଡା ଗାଁର ବାସିନ୍ଦା

ଓଏଲ୍‌ ବ୍ୟୁରୋ : ଗୁଣୁପୁରର ଚେନାରିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଗାଁ ନିକଟରେ ଥିବା ଏକ ବିଲରେ କ୍ଷତାକ୍ତ ମୃତଦେହ ପଡିଛି। ମୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ତେବେ ଜମିଜମା ବିବାଦରୁ ଚେନାରିଗୁଡ଼ା ଗାଁରେ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଚେନାରିଗୁଡା ଗାଁର ବାସିନ୍ଦା। ଜମିଜମା ବିବାଦରୁ ନିଜ ମାମୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ। ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.