Odisha Link
Bridging the Missing Links in Odisha

ପତ୍ନୀଙ୍କ ମୃତଦେହକୁ ୩୩ କିଲୋମିଟର ବୋହିଲେ

ଆନ୍ଧ୍ର ପୁଲିସ ନିଜର ମାନବିକତା ଦେଖାଇ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ପଠାଇବକୁ ବ୍ୟବସ୍ଥା କରିଥିଲା

ଓଏଲ୍‌ ବ୍ୟୁରୋ : ଆଧୁନିକ ଯୁଗରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଚର୍ଚ୍ଚାକୁ ଆସିଛି। ତେବେ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଆନ୍ଧ୍ରପ୍ରଦେଶରରେ ରହୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର, ଯିଏ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଓଡ଼ିଶା ଆସୁଥିଲେ। ପତ୍ନୀଙ୍କ ମୃତଦେହକୁ ଗୋଟେ କି ଦୁଇ କିଲୋମିଟର ନୁହେଁ ପାଖାପାଖି ୩୩ କିଲୋମିଟର କାନ୍ଧରେ ବୋହିଛନ୍ତି ସ୍ୱାମୀ। ଆମ୍ବୁଲାନ୍ସ ଯୋଗାଡ଼ ନହେବାରୁ ଏବଂ ଟଙ୍କା ଅଭାବରୁ ପତ୍ନୀଙ୍କ ମୃତ ଶରୀରକୁ ବୋହି ଆଣିଥିଲେ ସ୍ୱାମୀ। ତେବେ ପତ୍ନୀଙ୍କ ମୃତଦେହକୁ ବୋହି ଆଣିବା ପରେ ଆନ୍ଧ୍ର ପୁଲିସ ଆଖିରେ ପଡିଥିଲା ଏହି ଦୃଶ୍ୟ। ଆନ୍ଧ୍ର ପୁଲିସ ନିଜର ମାନବିକତା ଦେଖାଇ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ପଠାଇବକୁ ବ୍ୟବସ୍ଥା କରିଥିଲା।

ସୂଚନା ଅନୁସାରେ, କୋରାପୁଟ ପଟାଙ୍ଗି ଅଞ୍ଚଳର ଦମ୍ପତି ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାମ କରୁଥିଲେ। କିଛି ଦିନ ତଳେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସାଗରବାଲ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ମୃତଶରୀରକୁ ଗାଁକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଗୁରୁ। ହେଲେ ପାଖରେ ଟଙ୍କା ନଥିବାରୁ ଆମ୍ବୁଲାନ୍ସ ଯୋଗାଡ କରିପାରିନଥିଲେ। ନିରୁପାୟ ହୋଇ କାନ୍ଧରେ ବୋହି ୩୩ କିଲୋମିଟର ନେଇଥିଲେ ପତ୍ନୀଙ୍କ ମୃତଦେହ। ତେବେ ଏହି ଘଟଣା ୬ ବର୍ଷ ତଳର ଏକ ଆଶ୍ଚର୍ଯ୍ୟଜନକ ଘଟଣା ମନ ପକାଇଦିଏ। ୨୦୧୬ ମସିହାରେ ନିଜ ପତ୍ନୀଙ୍କ ମୃତଦେହକୁ ୧୦କିଲୋମିଟର ବୋହି ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ। ତେବେ ଏହି ଘଟଣା ପରେ ପୁଣି କଳାହାଣ୍ଡି ଦାନମାଝୀ ଘଟଣାର ପୁନରାବୃତ୍ତି ହୋଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.