Odisha Link
Bridging the Missing Links in Odisha

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ ; ୪୦ରୁ ଉର୍ଦ୍ଧ୍ଵ ଗୁରୁତର

ଆହତମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଅଛନ୍ତି

ଓଏଲ୍‌ ବ୍ୟୁରୋ : କନ୍ଧମାଳ ଜିଲ୍ଲା ‌କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚକା ଫାଟିବାରୁ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୪୦ରୁ ଅଧିକ ଯାତ୍ରୀ ନେଇକି ଯାଉଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଅଛନ୍ତି। ଆହତ ଓ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ସ୍ଥାନୀୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଏକ ଘରୋଇ ଯାତ୍ରୀବାହୀ ବସ୍‌ ଯାହାର ନାମ ‘ସାଲୁଙ୍କି’ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରୁ ପ୍ରାୟ ୪୦ ଜଣରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାରିଥିଲା। ବସ୍‌ଟି ଫୁଲବାଣୀ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏହାର ଏକ ଚକା ଫାଟି ଯାଇଥିଲା। ଫଳରେ ବସ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

Leave A Reply

Your email address will not be published.