Odisha Link
Bridging the Missing Links in Odisha

ଗମନାଗମନ ସୁବିଧା ପାଇଁ ମହିଳାଙ୍କୁ ମିଳିବ ସାଇକେଲ

ହରଘରପାଣି ସ୍କିମ ବି ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି

ଓଏଲ୍‌ ବ୍ୟୁରୋ : ମହିଳାଙ୍କୁ ଆହୁରି ସ୍ୱାବଲମ୍ବୀ କରିବା ପାଇଁ ଗୃହ ନଗର ଉନ୍ନୟନ ବିଭାଗର ନୂତନ ପ୍ରଚେଷ୍ଟା। ୮ ହଜାର ସ୍ୱୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ମିଳିବ ସାଇକେଲ। ଯେଉଁମାନେ ନଗର ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି, ସେମାନଙ୍କ ଗମନାଗମନ ସୁବିଧା ପାଇଁ ସାଇକେଲ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ। ସେହିପରି ଡିସେମ୍ବର ୨୦୨୩ ସୁଦ୍ଧା ଜାଗା ମିଶନ ଅଧୀନରେ ଲକ୍ଷେ ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ। ୫ଟି ସହର ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହରର ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ଡ୍ରିଙ୍କ ଫର୍ମ ଟ୍ୟାପ ୱାଟରରେ ପୁରୀରେ ଶତ ପ୍ରତିଶତ କାମ କରୁଥିବା ବେଳେ ଭୁବନେଶ୍ୱର,କଟକ, ଗୋପାଳପୁରରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।

ବିଭାଗୀୟ ସଚିବ କହିଛନ୍ତି, ହରଘରପାଣି ସ୍କିମ ବି ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି। ସେହିପରି ବିଜୁ ଆଦର୍ଶ କଲୋନି ଯୋଜନା ଅଧିକ ତ୍ୱରାନ୍ୱିତ କରିବା ସହ ସେଠାରେ କମ୍ୟୁନିଟି ଟଏଲେଟ ବଦଳରେ କ୍ଲଷ୍ଟର ଟଏଲେଟ ପାଇଁ ଯୋଜନା କରାଯାଇଛି ଯାହାର ନାମ ରହିଛି ମୋ ଟଏଲେଟ ଯୋଜନା। ଏଥିପାଇଁ ହିତାଧିକାରୀଙ୍କୁ ୧୬ ହଜାର ଟଙ୍କା ସବସଡି ଆକାରରେ ଯୋଗାଇ ଦିଆଯିବ। ତେବେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଭାଗୀୟ ସଚିବ କହିଛନ୍ତି।

Leave A Reply

Your email address will not be published.