Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ଓଆଇସି ଭଗବାନ ମହାନନ୍ଦିଆ

ସେ ଅଫିମ ମାଫିଆକୁ ଗିରଫ କରି ବେଆଇନ ଭାବେ ଛାଡ଼ିଥିବା ଅଭିଯୋଗ ହୋଇଥିଲା

ଓଏଲ୍‌ ବ୍ୟୁରୋ : କାର୍ଯ୍ୟରେ ଅବହେଳା କରିବାରୁ ନିଲମ୍ବନ ହୋଇଛନ୍ତି ଜଣେ ଓଆଇସି ଅଧିକାରୀ। ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ ଓଆଇସି ଭଗବାନ ମହାନନ୍ଦିଆ ଡ୍ୟୁଟିରେ ଖିଲାପ ପାଇଁ ନିଲମ୍ବନ ହୋଇଥିବା ଜଣା ପଡିଛି। ଅବକାରୀ ବିଭାଗର ଓଆଇସି ଭଗବାନ ମହାନନ୍ଦିଆଙ୍କୁ ନିଲମ୍ବନ କରିଛନ୍ତି ଅବକାରୀ କମିଶନର।

ଓଆଇସି ଭଗବାନ ମହାନନ୍ଦିଆ ଅଫିମ ମାଫିଆଙ୍କୁ ଗିରଫ କରିଥିଲେ। ପରେ ସେ ଅଫିମ ମାଫିଆକୁ ଗିରଫ କରି ବେଆଇନ ଭାବେ ଛାଡ଼ିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଓଆଇସି ଭଗବାନ ମହାନନ୍ଦିଆଙ୍କୁ ନିଲମ୍ବନ କରିଛନ୍ତି ଅବକାରୀ କମିଶନର।

Leave A Reply

Your email address will not be published.