Odisha Link
Bridging the Missing Links in Odisha

‘ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ କ୍ରାଇମବ୍ରାଞ୍ଚ ସୁରକ୍ଷା ଦେଉଛି’

ଚାଉଳ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ରାଜନୀତି କରୁଥିବା ସେ କହିଛନ୍ତି।

ଓଏଲ୍‌ ବ୍ୟୁରୋ : ବିଭିନ୍ନ ଘଟଣାକୁ ନେଇ ଗଣମାଧ୍ୟମ ସାମ୍ନାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ ପୁରୋହିତ। ଚାଉଳ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ରାଜନୀତି କରୁଥିବା ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ଥରେ ମତ ପ୍ରକାଶ କରି ସେ କହିଛନ୍ତି, ନବ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ମୁଁ ହତ୍ୟା ବେଳର ଭିଡିଓ ଦେଖିଛି, ଏଏସଆଇ ମାରିବା ଭଳି ଲାଗୁନି। ତଦନ୍ତ ପ୍ରକ୍ରିୟାରେ ଭରସା ପାଉନି, ବିଜେଡି ଗୁଣ୍ଡାରାଜ ଚଳାଇଛି’। ଯିଏ ସତ କହିବାକୁ ଚାହୁଁଛନ୍ତି, ତାଙ୍କ ସ୍ବର ଦବେଇ ଦିଆଯାଉଛି। ତେବେ ଏହି ହତ୍ୟା ପଛରେ ବଡ଼ ରହସ୍ୟ ରହିଛି। ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ କ୍ରାଇମବ୍ରାଞ୍ଚ ସୁରକ୍ଷା ଦେଉଛି। ଗୋପାଳକୁ ପିନ୍ଧା ଯାଇଥିବା ଟି-ସାର୍ଟ ନେଇ ବି ପ୍ରଶ୍ନ କଲେ ପ୍ରଦୀପ ପୁରୋହିତ। କାହିଁକି ଗୋପାଳକୁ କ୍ରାଇମବ୍ରାଞ୍ଚ ଏଭଳି ଟି-ସାର୍ଟ ପିନ୍ଧାଇଲା ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ପୂର୍ବରୁ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ ପ୍ରଦୀପ ପୁରୋହିତ। ସେ କହିଥିଲେ, ‘ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ସେ ଶନିଙ୍କ ପାଖକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ହେବା ଆଶା ନବଙ୍କ ପାଇଁ କାଳ ହେଲା। ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେହି ବିବାଦ ହିଁ ହତ୍ୟାର କାରଣ।

ସେ ତ କ୍ୟାବିନେଟ ମନ୍ତ୍ରୀ ଥିଲେ, ପୁଣି ଶନିଙ୍କ ପାଖକୁ କାହିଁକି ଯାଇଥିଲେ। ଯିଏ ବିଜେଡିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଛି, ସେ ହିଁ ହତ୍ୟାକାରୀ। ଏହା ରାଜନୈତିକ ହତ୍ୟା, ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି।’ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଜେପି ସିବିଆଇ ତଦନ୍ତ ଦାବି କରୁଛି ବୋଲି କହିଥିଲେ ପ୍ରଦୀପ ପୁରୋହିତ।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.