Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶ ଡ୍ରାଇଭର ଅପହରଣ ମାମଲା : ଗିରଫ ହେଲେ ୫ ଅଭିଯୁକ୍ତ

ଅପହରଣ ମାମଲାରେ ସଂପୃକ୍ତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ଓଏଲ୍‌ ବ୍ୟୁରୋ : ଉତ୍ତରପ୍ରଦେଶର ଡ୍ରାଇଭର କୋରାପୁଟରେ ଅପହରଣ ହେବା ମାମଲାରେ ପୁଲିସକୁ ମିଳିଲା ସଫଳତା। ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ୍‌ ମାନ୍‌ଙ୍କୁ ଅପହରଣ ଘଟଣାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅପହୃତ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଛି। ଅପହରଣ ମାମଲାରେ ସଂପୃକ୍ତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ହେଲେ ମନୋଜ ଖୋସଲା, ପିଣ୍ଟୁ ଖୋରା, ଅନିଲ ତାକରି, ହୀନା ପ୍ରବୀଣ ଓ ଜନ୍‌ ମହମ୍ମଦ।

ସୂଚନା ଅନୁସାରେ, ଗତ ୧୭ ତାରିଖ ସନ୍ଧ୍ୟାରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲା ଦେଦୋଲି ଥାନା ଅନ୍ତର୍ଗତ ଉମେଡା ଗ୍ରାମର ଡ୍ରାଇଭର ଅବଦୁଲ ମାନ୍‌ଙ୍କୁ କୋରାପୁଟ୍‌ରୁ ଅପହୃତ ହୋଇଥିଲେ। ଅପହରଣକାରୀ ମାନେ ଡ୍ରାଇଭରଙ୍କୁ ଅପହରଣ କରିବାର କିଛି ଘଣ୍ଟା ପରେ ଛାଡ଼ିବା ପାଇଁ ୨୫ ଲକ୍ଷ ଦାବି କରି ମାଡ଼ ମାରିଥିଲେ। ପୁଲିସ ସୂଚନା ପାଇବା ପରେ ଗତ ୧୯ ତାରିଖରେ କୋରାପୁଟ ଏସଡିପିଓଙ୍କ ନେତୃତ୍ବରେ ପୁଲିସ ନିର୍ମାଣାଧୀନ ପର୍ଯ୍ୟଟନ କାର୍ଯ୍ୟାଳୟର କୋଠାରୁ ଡ୍ରାଇଭର ଅବଦୁଲଙ୍କୁ ଉଦ୍ଧାର କରିଥିଲା। ବର୍ତମାନ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ପୁଲିସ ୬ ମୋବାଇଲ ଓ ୨୩ ହଜାର ଟଙ୍କା ଜବତ କରିଥିବା ଜଣା ପଡିଛି।

Leave A Reply

Your email address will not be published.