Odisha Link
Bridging the Missing Links in Odisha

ଯାତ୍ରୀବାହୀ ବସ୍‌ ଜାଳିଦେଲେ ଦୁର୍ବୃତ୍ତ ; ଅଳ୍ପକେ ବର୍ତ୍ତିଲେ କଣ୍ଡକ୍ଟର

କଣ୍ଡକ୍ଟର ରାଜେଶ ଏର୍ଲା ଗ୍ରାମର ହୋଇଥିବାରୁ ସେ ଘରକୁ ନ ଯାଇ ବସ୍‌ ଭିତରେ ହିଁ ଶୋଇଥିଲେ

ଓଏଲ୍‌ ବ୍ୟୁରୋ : ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତ ଘଟାଇଲେ ଲଙ୍କାକାଣ୍ଡ ଏବଂ ଜାଳିଦେଲେ ଛିଡ଼ା ହୋଇଥିବା ଯାତ୍ରୀବାହୀ ବସ୍‌। ନୂଆଗାଁ ଲୁଆରାମରେ ଏମିତି ଘଟଣା ଘଟିଛି। ଦୁର୍ବୁତ୍ତମାନେ ବସରେ ନିଆଁ ଲଗାଇବା ସମୟରେ ବସ୍‌ ଭିତରେ ଶୋଇଥିଲେ କଣ୍ଡକ୍ଟର। ଅଳ୍ପକେ କଣ୍ଡକ୍ଟର ଜଣକ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ଯାତ୍ରୀବାହୀ ବସ୍‌ ‘ଶେଫାଳି’ ରାଉରକେଲାରୁ ଅପରାହ୍ନ ସାଢ଼େ ୪ଟାରେ ଛାଡ଼ି ଗନ୍ତବ୍ୟ ସ୍ଥଳରେ ସନ୍ଧ୍ୟା ସାତଟା ସମୟରେ ପହଞ୍ଚିଥିଲା। ବସଟି ପହଞ୍ଚିବା ପରେ ଡ୍ରାଇଭର ନିଜ ଘରକୁ ଫେରିଥିଲେ। କଣ୍ଡକ୍ଟର ରାଜେଶ ଏର୍ଲା ଗ୍ରାମର ହୋଇଥିବାରୁ ସେ ଘରକୁ ନ ଯାଇ ବସ୍‌ ଭିତରେ ହିଁ ଶୋଇଥିଲେ।

ରାତିପ୍ରାୟ ତିନିଟା ସମୟରେ ବସର ଆଗ କାଚ ଫାଟିବା ଶବ୍ଦହେବାରୁ କଣ୍ଡକ୍ଟର ନିଦ ଭାଙ୍ଗିଯାଇଥିଲା। ସେ ବସ୍‌ ପଛପଟ କାଚଭାଙ୍ଗି ବାହାରକୁ ଚାଲି ଆସିଥିଲେ। ସ୍ଥାନୀୟ ଲୋକ କିମ୍ବା ବସ୍‌ କର୍ମଚାରୀମାନଙ୍କ ସହ ସ୍ଥାନୀୟ ଲୋକଙ୍କ ଭିତରେ କୌଣସି ମତାନ୍ତରରୁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏହି ଘଟଣାକୁ ନେଇ ପୁଲିସ ଅନୁଧ୍ୟାନ କରି ନିଜ ତଦନ୍ତ ଜାରି କରିଛି। ଦୁର୍ବୁତ୍ତ ମାନେ ଏଭଳି କାଣ୍ଡ କରିବାର ସ୍ପଷ୍ଟ କାରଣ ଅନୁଧ୍ୟାନ କରୁଛି ପୁଲିସ।

1 Comment
  1. Secy ,Sankha Dhwani Rasta Surakhya Samiti Odisha says

    Terrorism ,Malicious damage ,cost insurable cover।Police investigation ,needed to conclude this crime report ।

Leave A Reply

Your email address will not be published.