Odisha Link
Bridging the Missing Links in Odisha

ଯୁବକଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ପୋଷ୍ଟର ମାରି ଛତିଶଗଡ଼ ଗରିଆବନ୍ଧ ଏବଂ ନବରଙ୍ଗପୁର ଏସ୍ପିଙ୍କୁ ଦାୟୀ କରିଛନ୍ତି ନକ୍ସଲ

ଓଏଲ୍‌ ବ୍ୟୁରୋ : ଉମରକୋଟରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ନକ୍ସଲଙ୍କ ଗୁଳିରେ ଚାଲିଗଲା ଯୁବକଙ୍କ ଜୀବନ। ପୁଲିସ ଇନ୍‌ଫର୍ମର ସନ୍ଦେହରେ ରାଇଘର ଥାନା ହାତୀଗାଁର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ।

ଯୁବକଙ୍କୁ ନକ୍ସଲ ଗୁଳି କରି ମାରିଥିବାବେଳେ ଏକ ପୋଷ୍ଟର ନକ୍ସଲମାନେ ମାରିଥିବା ଜଣା ପଡିଛି। ପୋଷ୍ଟର ମାରି ଛତିଶଗଡ଼ ଗରିଆବନ୍ଧ ଏବଂ ନବରଙ୍ଗପୁର ଏସ୍ପିଙ୍କୁ ଦାୟୀ କରିଛନ୍ତି ନକ୍ସଲ। ଦୁଇ ଏସ୍ପିଙ୍କୁ ନକ୍ସଲ ମାରିଥିବା ଯୁବକ ଜଣକ ନକ୍ସଲଙ୍କ ସଂପର୍କରେ ସୂଚନା ଦେଉଥିବା ପୋଷ୍ଟରରେ ଉଲ୍ଲେଖ ହୋଇଛି।

Leave A Reply

Your email address will not be published.