Odisha Link
Bridging the Missing Links in Odisha

୮ ହଜାର ସହଭାଗୀଙ୍କୁ ସାଇକେଲ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମହିଳାଙ୍କୁ ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଆୟୋଜିତ ଗୋଷ୍ଠୀ ସହଭାଗିତା ଉତ୍ସବରେ ୮୦୦୦ ସହଭାଗୀଙ୍କୁ ମିଳିଛି ସାଇକେଲ। ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହାଦ୍ୱାରା କର୍ମଜୀବୀ ମହିଳା ମାନଙ୍କ ଯାତାୟତ ସହଜ ହେବ। ମିଶନ ଶକ୍ତି ମାଆମାନେ ବହୁତ ଭଲ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯାଇ ମିଶନ ଶକ୍ତି ମାଆମାନଙ୍କୁ ଭେଟୁଛି । ନବୀନ ନିବାସ ଆସି ମାଆମାନେ ମୋତେ ଭେଟୁଛନ୍ତି। ମାଆମାନଙ୍କ ସଫଳତାରେ ମୁଁ ବହୁତ ଖୁସି ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି । ଆପଣ ମାନଙ୍କ ଆତ୍ମବିଶ୍ୱାସ ମିଶନ ଶକ୍ତିକୁ ନଂ-୧ କରିଛି। ବିଭିନ୍ନ ସହରରେ ଆପଣମାନେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି। ଏସଏସଜି ମହିଳାମାନଙ୍କ କାମରେ ସମସ୍ତେ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଓଡ଼ିଶା ସରକାରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ମା’ ମାନଙ୍କୁ ୧୦୦ କୋଟି ଟଙ୍କାର ଇନସେନଟିଭ ଦେଇଛି। ଓଡ଼ିଶା ଏବେ ବିଶ୍ୱସ୍ତରରେ ନାଁ କମାଇଛି। ଆଉ ଏଥିରେ ମିଶନ ଶକ୍ତି ମା’ ମାନଙ୍କର ଯଥେଷ୍ଟ ଅବଦାନ ରହିଛି । ଭଲ କାମ କରି ଓଡ଼ିଶାର ସମ୍ମାନ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave A Reply

Your email address will not be published.