Odisha Link
Bridging the Missing Links in Odisha

କ୍ରେନ୍‌ରୁ ଗଳିପତ଼ିଲା ଡାକୋଟା

ଓଏଲ୍‌ ବ୍ୟୁରୋ: ଆସନ୍ତା ୫ ତାରିଖରେ ପାଳନ ହେବ ବିଜୁ ଜୟନ୍ତୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିବେ। ଏଥିପାଇଁ ଦ୍ରୁତଗତିରେ ଭୁବନେଶ୍ବର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନର ସଂସ୍ଥାପନ କରାଯାଉଛି।

ଏସବୁ ମଧ୍ୟରେ ବୁଧବାର ଦିନ ଡାକୋଟା ବିମାନକୁ ଟ୍ରଲରରେ ଆଣି କ୍ରେନ୍ ସାହାଯ୍ୟରେ ବେସ୍‌ ଉପରେ ରଖାଯିବା ବେଳେ କ୍ରେନ୍‌ର ବେଲ୍‌ଟ ଛିଣ୍ଡିଯିବାରୁ ବିମାନଟି ଖସି ପଡ଼ିଥିଲା। ବିମାନଟି ସଂପୂର୍ଣ୍ଣ ଭାବେ ତଳେ ପଡ଼ିନଥିବାରୁ ଏହାର ବିଶେଷ କିଛି କ୍ଷତି ହୋଇନି। ହେଲେ ବିମାନଟି ଅଣେଇ ହୋଇପଡ଼ିବାରୁ ଏହାର ଡେଣା ବାଜି ସେଠାରେ କାମ କରୁଥିବା ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏହାପରେ ଦୁଇ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।

ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ଡାକୋଟାକୁ ସ୍ଥାନାନ୍ତର ସମୟରେ ସାମାନ୍ୟ ଅସୁବିଧା ହୋଇଥିଲା। ହେଲେ ଏଥିରେ କେହି ଗୁରୁତର ହୋଇନାହାନ୍ତି।ଯେଉଁ ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ ସେମାନେ ଚିକିତ୍ସା ପରେ ଆସି କାମ କରୁଛନ୍ତି।

Leave A Reply

Your email address will not be published.