Odisha Link
Bridging the Missing Links in Odisha

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୧୭ ଯାଏଁ ଚାଲିବ। ଚଳିତବର୍ଷ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାର ପିଲାମାନେ ମଧ୍ୟ ସାମିଲ ଅଛନ୍ତି।

ଏଥର କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାର୍ଡ ଅଚାନକ ଗସ୍ତ କରିବେ। ଯାହାର ଗତିବିଧି ସମ୍ପର୍କରେ କେହି ଜାଣି ନଥିବେ। ପ୍ରଶ୍ନପତ୍ର ହବ୍‌କୁ ଯାଇଛି । ଯେତେ ସମ୍ଭବ ସିସିଟିଭି ଲଗାଇବାକୁ କୁହାଯାଇଛି।

ଜିଲ୍ଲା ପ୍ରଶାସନ ସହ ବି ସହଯୋଗ ପାଇଁ ଆଲୋଚନା ହୋଇଛି। ହବ୍‌କୁ ପରୀକ୍ଷା ସେଣ୍ଟର ଯାଏ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳା ସହ ପରୀକ୍ଷା ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ସୂଚନାଥାଉକି, ପରୀକ୍ଷାର ସୁପରିଚାଳନା ଲାଗି ୨୨ଟି ପୁଲିସ ଥାନାକୁ ମିଶାଇ ମୋଟ ୩୧୬ଟି ନୋଡାଲ ସେଣ୍ଟର ହୋଇଛି। ସ୍କୁଲସ୍ତରରେ ଭିତ୍ତିଭୂମି ନ ଥିବାରୁ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା‌ ଶେଷ ହେବା ପରେ ୫୬ଟି କେନ୍ଦ୍ରରେ ଉତ୍ତର ଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.