Odisha Link
Bridging the Missing Links in Odisha

ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଅରୁଣଙ୍କ ଭାଷା ଲଜ୍ଜାଜନକ: ବିଜେପି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିର ପାଓ୍ବାରଫୁଲ ନେତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି ବିଧାନସଭା। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିବା ସତ୍ତ୍ବେ ବିଭିନ୍ନ ସମୟରେ ବିିରୋଧୀ ବିଜେପି ଓ କଂଗ୍ରେସ ନବୀନ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ଏସବୁ ମଧ୍ୟରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ପାଗଳ ବୋଲି କହିଥିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ। ଏହାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର।

ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ଶାଳିନତାର ସମସ୍ତ ସୀମା ଉଲ୍ଲଂଘନ କରିସାରିଛନ୍ତି ବିଜେଡିର ନେତା ଓ ମନ୍ତ୍ରୀ ମାନେ। ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବିଧାୟକ ଅରୁଣ ସାହୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପାଗଳ, ମତିଭ୍ରମ ଭଳି ଅତ୍ୟନ୍ତ କଦର୍ଯ୍ୟ ଭାଷା ବ୍ୟବହାର କରି ବ୍ୟକ୍ତିଗତ ଆକ୍ଷେପ କରିବା ନିହାଜି ଲଜ୍ଜାଜନକ।

ସେ ଆହୁରି କହିଛନ୍ତି, ଓଡ଼ିଶା ଓ ଓଡ଼ିଆଙ୍କ ସ୍ବାର୍ଥପାଇଁ ଲଢ଼େଇ କରୁଥିବୋ ଲୋକଙ୍କୁ ବିଜେଡି ନେତା ପାଗଳ ବୋଲି କହି ନିଜର ହୀତ ମାନସିକତାର ପରିଚୟ ଦେଉଛନ୍ତି। ଯିଏ ରାଜ୍ୟ ସରକାରଙ୍କ ବିକାଶ ବିହିନ କାର୍ଯ୍ୟକଳାପ ପ୍ରସଙ୍ଗ ଉଠାଇ ପ୍ରଶ୍ନ କଲେ ତାଙ୍କୁ ବିଜେଡି ନେତା ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ଏହାର ଯବାବ ଓଡ଼ିଶାବାସୀ ଦେବେ ବୋଲି କହିଛନ୍ତି ଲେଖାଶ୍ରୀ।

ଲେଖାଶ୍ରୀ ଅରୁଣଙ୍କୁ ଟାର୍ଗେଟ କରି କହିଛନ୍ତି, ପରୀ ନିଖୋଜର ୮ ମାସ ପରେ ପୋଖରୀରୁ ଲେଗିଙ୍ଗସ୍‌, ଜାମୁ କୋଳି, ପାଇଖାନାରୁ ଚିଠି ଭଳି ଗପମାନ କହି ସରଳ ଓଡିଶାବାସୀଙ୍କୁ ଭୁଆଁ ବୁଲାଉଥିବା ଲୋକମାନଙ୍କୁ ପାଗଳ ଛଡା ଆଉ କିଛି କୁହାଯାଇପାରିବ ନାହିଁ। ତେଣୁ ପାଗଳ ପ୍ରସଙ୍ଗରେ ବିଜେଡି ଆତ୍ମସମୀକ୍ଷା କରିବା ଉଚିତ୍। ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ଉପରେ ବିଧାୟକ ଶ୍ରୀ ସାହୁଙ୍କ ମନ୍ତବ୍ୟ ‘ପାଗଳର ପ୍ରଳାପ’ ବୋଲି ଡ.ଲେଖାଶ୍ରୀ କହିଛନ୍ତି। ଗୋପାଳକୁ ମଧ୍ୟ ପାଗଳ ସଜାଇବାକୁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରିଥିଲେ, ହେଲେ କୋର୍ଟ ଏହାକୁ ଖଣ୍ଡନ କରିଦେଲେ। ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଅନ୍ୟକୁ ପାଗଳ ବୋଲି କହୁଥିବା ଶ୍ରୀ ସାହୁଙ୍କ ସମେତ ଅନ୍ୟ ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରଥମେ ନିଜ ଦଳ ଏବଂ ଦଳର ନେତାମାନଙ୍କୁ ଦେଖିବା ଉଚିତ ବୋଲି କହିଛନ୍ତି।

ସୂଚନାଥାଉକି, ନବ ଦାସ ହତ୍ୟାକାଣ୍ଡ ଗୃହରେ ଆଲୋଚନା ହେଲା ପରେ କାହିଁକି ବିରୋଧୀ ହଟଗୋଳ କରୁଛନ୍ତି। ବିରୋଧୀ କହିଦେଲେ କଣ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଦେବେ ? ଏହା ସମ୍ଭବ ନୁହେଁ ବୋଲି ବିଧାୟକ ଅରୁଣ ସାହୁ ଗତକାଲି କହିଥିଲେ। ଏଥିସହିତ ବିରୋଧୀଦଳ ନେତା ତାଙ୍କ ସ୍ମରଣ ଶକ୍ତି ହରାଇ ବସିଲେଣି। ସେ ନିଜେ କ’ଣ କହୁଛନ୍ତି ନିଜେ ଜାଣୁନାହାନ୍ତି। ସେ ମତିଭ୍ରମ ହେବା ସହ ପାଗଳ ହୋଇଗଲେଣି ବୋଲି ଅରୁଣ ସାହୁ କହିିଥିଲେ। ଯାହାକୁ ନାଇ ଆଜି ବିଜେପି ଅରୁଣଙ୍କୁ ଟାର୍ଗେଟ କରିଛି।

Leave A Reply

Your email address will not be published.