Odisha Link
Bridging the Missing Links in Odisha

‘ନାଟୁ ନାଟୁ’କୁ ଓସ୍କାର

ଓଏଲ୍‌ ବ୍ୟୁରୋ: ଭାରତୀୟ ସିନେ ଜଗତ ପାଇଁ ଖୁସିର ଖବର। ବିଶ୍ବ ଦରବାରରେ ଜଲଓ୍ବା ଦେଖାଇଲା ଭାରତୀୟ ସିନେମା। ୯୫ ତମ ଓସ୍କାରରେ ପୁରସ୍କାର ହାତେଇଲା ଏସ୍‌ଏସ୍ ରାଜାମୌଲିଙ୍କ ଫିଲ୍ମ ଆର୍‌ଆର୍‌ଆର୍। ଶ୍ରେଷ୍ଠ ମୂଳ ଗୀତ ବିଭାଗରେ ଆର୍‌ଆର୍‌ଆର୍ ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାର ଆୱାର୍ଡ ମିଳିଛି। ଏବେ ଏହି ଏକାଡେମୀ ଆୱାର୍ଡ ହାସଲ କରି ଫିଲ୍ମ ଆର୍‌ଆର୍‌ଆର୍ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଶ୍ରେଷ୍ଠ ମୂଳ ଗୀତ ବିଭାଗରେ ଅପ୍ଲାଜ, ହୋଲ୍ଡ ମାଇ ହ୍ୟାଣ୍ଡ, ଲିଫ୍ଟ ମି ଅପ୍ ଓ ଦିସ୍ ଇଜ୍ ଏ ଲାଇଫ ମଧ୍ୟ ସାମିଲ ଥିଲା। ତେବେ ଏ ସମସ୍ତଙ୍କୁ ପଛରେ ପକାଇ ଆର୍‌ଆର୍‌ଆର୍‌ର ନାଟୁ ନାଟୁ ଗୀତ ବାଜି ମାରିଛି। ମ୍ୟୁଜିକ କମ୍ପୋଜର ଏମ୍‌ଏମ୍ କିରୱାନୀ ଓ ଚନ୍ଦ୍ରବୋସ ମଞ୍ଚ ଉପରେ ଓସ୍କାର ପୁରସ୍କାର ହାତେଇଛନ୍ତି। ଏ ଦୁହେଁ ନିଜ ସ୍ପିଚ୍ ଜରିଆରେ ସମସ୍ତଙ୍କ ହୃଦୟ ମଧ୍ୟ ଜିତିଛନ୍ତି।

ନାଟୁ-ନାଟୁର ଏହି ସଫଳତା ପଛରେ ଏମ କିରାଭାନୀଙ୍କ ହାତ ରହିଛି। ସେ ତାଙ୍କ ପ୍ରତିଭା ଆଧାରରେ ଭାରତ ପାଇଁ ଏକାଡେମୀ ପୁରସ୍କାର ଜିତିଛନ୍ତି। ଏମ କିରାଭାନୀ ଆନ୍ଧ୍ରପ୍ରଦେଶର କୋଭୁରରୁ ଆସିଛନ୍ତି। ତାଙ୍କ ପିତା ଜଣେ ଗୀତିକାର ଏବଂ ସ୍କ୍ରିନ ରାଇଟର୍‌। ତାଙ୍କ ଭାଇ ଜଣେ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ। ଖୁବ କମ ଲୋକ ଜାଣନ୍ତି ଯେ ଏମ କିରାଭାନୀ ହେଉଛନ୍ତି ଦକ୍ଷିଣର ତାରକା ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ସମ୍ପର୍କୀୟ ଭାଇ। ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସହକାରୀ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଏମ କେ କିରାଭାନୀ ତାଙ୍କର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ। ସେ ଭେଟେରାନ ଗୀତିକାର ଭେଟୁରୀଙ୍କ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.